୫ବର୍ଷ ପରେ ବି ମିଳିନି ଜିଲ୍ଲାପାଳଙ୍କ ଅଫିସ ଗୃହ ନିର୍ମାଣ ପ୍ରାପ୍ୟ

୫୦ ଲକ୍ଷର ବକେୟା ପ୍ରାପ୍ୟ ପାଇନଥିବା ଅଭିଯୋଗ ଆଣିଲେ ଠିକାଦାର

ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ

ନୂଆପଡ଼ା,୧/୨ : ସରକାରୀ କଳର ଉଦାସିନତା ଓ ଖାମଖିଆଲ୍ ଗୁଣର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ନୂଆପଡାରେ । ୨୦୧୨ ମସିହାରେ ନୂଆପଡ଼ା ସଦର ମହକୁମାରେ ନିର୍ମାଣ ହୋଇଥିଲା ଅତ୍ୟାଧୁନିକ ଜିଲ୍ଲାପାଳଙ୍କ ଅଫିସ କୋଠାଗୃହ । ଏହା ଥିଲା ରାଜ୍ୟର ଏକ ନମ୍ବର ଜିଲ୍ଲାପାଳ ଅଫିସ । ତେବେ ବଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ବିତି ଯାଇଥିଲେ ବି ସମ୍ପୃକ୍ତ ଠିକାଦାରଙ୍କୁ ତାଙ୍କର ପ୍ରାୟ ୫୦ ଲକ୍ଷର ବକେୟା ପ୍ରାପ୍ୟ ମିଳିନଥିବା ଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଠିକାଦାର ନରେଶ ଅଗ୍ରୱାଲ । ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।  

Omkar Vasthu
Omkar Vasthu

ସ୍ଥାନୀୟ ହୋଟେଲ ମେଘାରେ ଏକ ସମ୍ବାଦିକ ସମ୍ମଳନୀରେ ସମ୍ପୃକ୍ତ ଠିକାଦାର ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ, ୨୦୧୨ରେ ସଦର ମହକୁମାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଜିଲ୍ଲାପାଳଙ୍କ ଅଫିସ ଗୃହ ନିର୍ମାଣ ପାଇଁ ଟେଣ୍ଡର ବାହାରି ଥିଲା । ଏହାର ଅଟକଳ ରାଶି ୧ କୋଟି ୬୭ ଲକ୍ଷ ରହିଥିବା ବେଳେ ନିର୍ମାଣ ପାଇଁ ବଲାଙ୍ଗୀର ଜିଲ୍ଲା ବେଲଗାଁର ଡିକେ ଇଂଜିନିୟରିଂ ଓ କନ୍ଷ୍ଟ୍ରକସନକୁ ନିର୍ମାଣ କାମ ଦାୟିତ୍ୱ ମିଳିଥିଲା । ସେହି ସମୟରେ ତତ୍କାଳିନ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ଗୃହ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନେଇ ଅଫିସକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଯୋଜନା ହୋଇଥିଲା । ଅଫିସରେ ଉନ୍ନତ ମାନର ଟାଇଲ୍ସ, ସିଲିଂ, ୱାଟର ପ୍ରୁଫ୍ କଲର ପେଣ୍ଟ(ପୁଟି), ଗ୍ଲେଜିଂ ଗ୍ଲାସ(ଏସିପି) ଲାଗିବା ସହ ଅଫିସ ସମ୍ମୁଖରେ ଟେପ୍ପର(ପଟିକ) ବାହାର କରି ଅଧିକ ଆକର୍ଷଣୀୟ କରିବାକୁ ବୈଠକରେ ଡେଭିଏସନ ପାସ ହୋଇଥିଲା । ଏଥିରେ ଅଟକଳ ବ୍ୟାୟ ଠାରୁ ଆହୁରୀ ୫୦ ଲକ୍ଷ ଅଧିକ ଖର୍ଚ୍ଚ ଆକଳନ ହୋଇଥିଲା । ଜିଲ୍ଲାପାଳ ଓ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଅନୁମତି କ୍ରମେ ସମ୍ପୃକ୍ତ ଠିକାଦାର କାମ ସମ୍ପୁର୍ଣ୍ଣ କରିଥିଲେ । ରାଜ୍ୟରେ ପ୍ରଥମ କରି ଅତ୍ୟାଧୁନିକ ଓ ଆକର୍ଷଣୀୟ ଜିଲ୍ଲାପାଳ ଅଫିସ ନିର୍ମାଣ ହୋଇଥିଲା । ୨୦୧୪ ଜାନୁୟାରୀ ୨୯ ତାରିଖରେ ନିର୍ମାଣ କାମ ସମ୍ପୁର୍ଣ୍ଣ ହୋଇଥିବା ବେଳେ ଫେବୃୟାରୀ ୨୦ ତାରିଖରେ କୋଠାଗୃହ ହସ୍ତାନ୍ତର ହୋଇଥିଲା । ସେହି ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ମିତ କୋଠା ଗୃହକୁ  ଉଦ୍ଘାଟନ କରିଥିଲେ । ପରେ ସମ୍ପୃକ୍ତ ଠିକାଦାର ନିଜ କାମ କରିଥିବା ପାଉଣା ପାଇଁ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ବାରମ୍ବାର ବିଭାଗୀୟ ଅଫିସକୁ ଯିବା ଆସିବା କରି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କର ପାଉଣା ମିଳିନଥିଲା । ବିଭାଗୀୟ ଅଧିକାରୀ ମାନେ ସମ୍ପୃକ୍ତ ଠିକାଦାରଙ୍କୁ ଦିନ ଗଡାଇ ଭୁଆଁ ବୁଳାଇ ଚାଲିଥିଲେ । ତତକାଳିନ ଜିଲ୍ଲାପାଳ ଭି. ଜୟକୁମାରଙ୍କ ସମୟରେ ପୂର୍ତ୍ତ ଓ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାର ଭଳି ତିନୋଟି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରି ନିର୍ମାଣ କାମର ତଦନ୍ତ କରିଥିଲେ । ସେହି ସମୟରେ ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା କମିଟି ରିପୋର୍ଟ ଦେଇଥିଲା । ଏହାର ସଠିକ ଅଟକଳ ମୁଲ୍ୟ ଆକଳନ କରି ସମ୍ପୃକ୍ତ ଠିକାଦାରଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଷ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଷ ସତ୍ତ୍ବେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଠିକାଦାରଙ୍କୁ ପ୍ରାପ୍ୟ ମିଳିନଥିଲା । ପରେ ସମ୍ପୃକ୍ତ ଠିକାଦାର କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟ ତରଫରୁ ମଧ୍ୟ ଉଭୟ ପକ୍ଷ ବୁଝାମଣା କରିବାକୁ ନିର୍ଦ୍ଦେଷ ଦେଇଛନ୍ତି । ହେଲେ କୌଣସି ସମାଧାନ ହୋଇ ପାରିନାହିଁ ।

Pearl dental clinic
Near Ashish Medical Store, Bhawanipatna

ଏବେ ମୁଖ୍ୟମନ୍ତ୍ରୀ ଭୋଟ ରାଜନିତି କରି ଲୋକଙ୍କ ପ୍ରିୟ ଭାଜନ ହେବାକୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପକୁ ଉଦଘାଟନ କରୁଛନ୍ତି । ହେଲେ ଠିକାଦାରଙ୍କୁ ବର୍ଷ ବର୍ଷ ଧରି କାମ କରିବାର ପାଉଣା ମିଳୁନଥିଲେ ବି ସରକାର କିମ୍ବା ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉନଥିବା ସମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଗ୍ରୱାଲ ଅଭିଯୋଗ କରିଛନ୍ତି । ଆଜି ଠାରୁ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ଓ ତାଙ୍କୁ ନ୍ୟାୟ ନ ମିଳିଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅନସନରେ ବସି ଆତ୍ମହତ୍ୟା କରିବେ ବୋଲି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Udyog Nursery
Udyogi Nursery

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.