ଫେବୃୟାରୀ ୬ ରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘର ମହାବନ୍ଦ ଡାକରା

ଭୁବନେଶ୍ୱର,୧/୨: ଓଡିଶା ସ୍ୱାସ୍ଥ୍ୟ ବିଭାଗରେ ବର୍ଷ ବର୍ଷ ଧରି ନିରବଛିନ୍ନ ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ହଜାର ହଜାର କର୍ମଚାରୀ ଦେଇଛନ୍ତି ମହବନ୍ଦ ଡାକରା।

Omkar Vasthu
Omkar Vasthu

ସୂଚନା ଅନୁସାରେ ଦେଶରେ ରୁଗ୍ଣ ହୋଇ ଆସୁଥିବା ସ୍ୱାସ୍ଥ୍ୟସେବାର ପୁନରୁଦ୍ଧାର ପାଇଁ ୨୦୦୫ ମସିହାରୁ ଆରମ୍ଭ ହୋଇଥିଲା ଜାତୀୟ ସ୍ୱାସ୍ଥ୍ୟ ମିଶନ। ସରକାରଙ୍କ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ, ଏହି ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ହେଉଛି ଆଜିର ସ୍ୱାସ୍ଥ୍ୟ ବିଭାଗରେ ପରିଲକ୍ଷିତ ହୋଇଥିବା ଆଖିଦୃଶିଆ ଉନ୍ନତି। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର , ମ୍ୟାଲେରିଆ, ଟୀକାକରଣ, ଟି.ବି. ଇତ୍ୟାଦି ସମସ୍ତ ବିଭାଗରେ ଓଡିଶା ଦେଶରେ ଏକନମ୍ବର ହେବାର ସୌଭାଗ୍ୟ ଅର୍ଜନ କରିଛି। ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (WHO) ଏହାର ଭୁରିଭୁରି ପ୍ରଶଂସା କରିଛନ୍ତି। ଏହି ପ୍ରଶଂସାର ସମସ୍ତ ଶ୍ରେୟ ରାଜ୍ୟ ସରକାର ନେଉଥିବା ବେଳେ ପ୍ରକୃତରେ ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ମିଶନର ସେହି କର୍ମଚାରୀମାନଙ୍କ ଛୋଟ ଛୋଟ ଦାବି ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ସେମାନେ ପ୍ରତିଥର ଏଗାର ମାସିଆ ଏଗ୍ରିମେଣ୍ଟ କରି ଚାକିରି କରୁଛନ୍ତି।

ଉଚ୍ଚ ଶିକ୍ଷିତ ଏହି ଯୁବକଯୁବତୀମାନେ ନିଜର ସମସ୍ତ ଶ୍ରମ ଦେଇ ଅତି କମ ଦରମାରେ ସେବା ଯୋଗାଉଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଶୁଣିବାକୁ ନାରାଜ।

ଯାହାର ଫଳସ୍ୱରୂପ ୧୦ ସେପ୍ଟେମ୍ବର ୨୦୧୮ ରେ ସାତ ଦିନ ପାଇଁ ବିଧାନସଭା ଆଗରେ ଏକ ଅହୋରାତ୍ର ଧାରଣା କରିଥିଲେ। ସରକାର ସମସ୍ତ ଦାବିକୁ ବିଚାର କରିବାର ପ୍ରତିଶ୍ରୁତି ଦେବାପରେ ଧାରଣା ସ୍ଥଗିତ ରଖାଯାଇଥିଲା। କିନ୍ତୁ ପାଞ୍ଚ ମାସ ବିତିଗଲା ପରେ ମଧ୍ୟ ରାଜ୍ୟ ସରକାର କିଛି ଶୁଣୁନଥିବାରୁ ପୁଣିଥରେ ଚଳିତ ମାସ ଫେବୃୟାରୀ ୬ ରୁ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଛନ୍ତି। ଯଦି ଏହି ଆନ୍ଦୋଳନ ହୁଏ ତେବେ ସାଧାରଣ ଜନତା ବହୁତ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.