ଗ୍ୟାସ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ

ଲାଂଜିଗଡ,୦୧/୦୨: ଆଜି କିଛି ସମୟ ପୂର୍ବରୁ ଏକ ଗ୍ୟାସ ଟ୍ରକ ଧକ୍କାରେ ଘଟଣା ସ୍ଥଳରେ ଜଣେ ସାଇକେଲ ଆରୋହିଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ବେଡାଗାଁ ପଞ୍ଚାୟତ ଅନ୍ତର୍ଗତ କୁମାରବାରୁ ଗାଁର ବଳରାମ ମାଝୀ(୩୦) ଅମ୍ବାଦୋଲା ଠାରୁ ଧାନ ମିଲିଙ୍ଗ କରି ସାଇକେଲ ଯୋଗେ ଫେରୁଥିବା ସମୟରେ ପୋଖରୀବନ୍ଧ ତନଖି ଫାଟକ ନିକଟରେ ଏକ ଗ୍ୟାସ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା, ଫଳରେ ସେ ଟ୍ରକ ଚକ ତଳେ ପେସିହୋଇ ଘଟଣା ସ୍ଥଳରେ ମୃତ୍ୟୁ ମୂଖରେ ପଡିଥିଲେ । ଗ୍ୟାସ ଟ୍ରକ (NL/01/N0152)ଟି ବିଶାଖାପାଟଣା ଠାରୁ ରାୟପୁର ଅଭିମୂଖେ ଯାଉଥିଲା ।ଡ୍ରାଇଭର କୁ ବିଶ୍ବନାଥପୁର ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି ।

Omkar Vasthu
Omkar Vasthu

ଲାଂଜିଗଡରୁ ଗୋପାଳଦାସ ମହାନନ୍ଦଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.