ସାଂସଦ ଅପରାଜିତା ଷଡଙ୍ଗିଙ୍କ ଗସ୍ତକୁ ନେଇ ରାୟଗଡ ଜିଲ୍ଳା ବିଜେପିର ପ୍ରସ୍ତୁତି ବୈଠକ

ରାୟଗଡ, (ଶିବ ନାରାୟଣ ଗୈାଡ): ଚଳିତ ମାସ ଆସନ୍ତା ୧୯ ତାରିଖରେ ଭାରତୀୟ ଜନତା ପାର୍ଟି ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗିଙ୍କ ଦିନିକିଆ ରାୟଗଡ ଗସ୍ତକୁ ନେଇ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମିଳନୀ କକ୍ଷରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ରାୟଗଡ ଜିଲ୍ଳା ସଭାପତି ଶିବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜନଜାତି ମୋର୍ଚ୍ଚା ରାଷ୍ଟ୍ରିୟ ସାଧାରଣ ସଂପାଦକ କାଳୀରାମ ମାଝି, ପୂର୍ବତନ ଜିଲ୍ଳା ସଭାପତି ଶିବଶଙ୍କର ଉଲାକା, ପୂର୍ବତନ ବିଧାୟକ ପ୍ରାର୍ଥୀ ବସନ୍ତ କୁମାର ଉଲାକାଙ୍କ ସମେତ ଅପରାଜିତା ଷଡଙ୍ଗି ରାଜ୍ୟ ଟିମର ସଭ୍ୟ ନିକୁଂଜ ପଟ୍ଟନାୟକ, ମନ୍ମଥ ମଲ୍ଳିକ, ଜୀବନ ସାହୁ, ନିଶିକାନ୍ତ ନାୟକ, ଉମାଚରଣ ପ୍ରଧାନ, ଅମ୍ବିକା ପଣ୍ଡା ଓ ବିକାଶ ଆଚାର୍ଯ୍ୟ ପ୍ରମୁଖ ମଂଚାସୀନ ହୋଇଥିଲେ । ସାଂସଦ ଅପରାଜିତାଙ୍କ ରାୟଗଡ ଗସ୍ତକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu


ରାୟଗଡରେ ସାଂସଦ ଶ୍ରୀମତି ଅପରାଜିତାଙ୍କୁ ବିଜେପି ପରିବାର ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା, ସାଧାରଣ ସଭା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି । ତତ୍‌ସହିତ ଜିଲ୍ଳାରେ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ କରିବା ଦିଗରେ ଜିଲ୍ଳା ବିଜେପି ମହିଳା ଓ ଯୁବ ମୋର୍ଚ୍ଚା ଓ କର୍ମୀମାନଙ୍କ ସହ ସାଂସଦ ଶ୍ରୀମତି ଷଡଙ୍ଗି ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତି ହୋଇଥିବା ବେଳେ ସମସ୍ତଙ୍କୁ ଦାୟିତ୍ୱ ବଂଟନ କରାଯାଇଥିବା ଜଣାପଡିଛି । ଏହି ବୈଠକରେ ଜିଲ୍ଳାର ସମସ୍ତ ମଣ୍ଡଳର ପଦାଧିକାରୀ ତଥା ବରିଷ୍ଠ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଦିଭକ୍ତ ପରିଷଦର କିଶୋର ସାହୁ, ରଜତ ରଂଜନ ଖଟୁଆ, ଜି.କ୍ରିଷ୍ଣା, ସତ୍ୟନାରାୟଣ ପ୍ରଧାନ, ହଳଧର ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.