ଦୋକାନୀ ଓ ସାମ୍ବାଦିକଙ୍କୁ ପୋଲିସ ମାଡ଼ ମାରିଥିବା ଘଟଣା: ଅଭିଯୋଗକୁ ଗୁରୁତର ସହିତ ଗ୍ରହଣ କଲେ ପୋଲିସ ମହାନିର୍ଦ୍ଦେଶକ

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଜେ କରିବେ ଘଟଣାର ତଦନ୍ତ

ଭୁବନେଶ୍ୱର: ପୁରୀ ବଡ଼ଶଙ୍ଖରେ କିଛି ପରିବା ଦୋକାନୀଙ୍କୁ ବୁଧବାର ଦିନ ଉଠାଇବାକୁ ଚେଷ୍ଟା କରିଥିଲା ପୋଲିସ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ବାକ୍ ବିତଣ୍ଡା ହୋଇଥିଲା। ତେବେ ପୁଲିସ୍ ସେମାନଙ୍କୁ ମାଡ଼ ମାରିଥିବା ଦୋକାନୀମାନେ ଅଭିଯୋଗ କରିଥିଲେ। ସେଥିପାଇଁ ସେଠାରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା। ଦୋକାନୀମାନେ ରାସ୍ତା ଉପରେ ବସି ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ସେହିପରି ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିବା ଦୋକାନୀ ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି କରିଛନ୍ତି ନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ। ତୁରନ୍ତ ଏହାର ତଦନ୍ତ କରି ରାଜ୍ୟ ପୁଲିସ ମୁଖ୍ୟାଳୟକୁ ରିପୋର୍ଟ ପଠାଇବା ପାଇଁ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ୍‌ପି)ଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଏସ୍‌ପି ନିଜେ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.