ବିଶିଷ୍ଟ ଶିକ୍ଷାବିତ ଚନ୍ଦ୍ର ଶେଖର ପଣ୍ଡାଙ୍କ ଦେହାନ୍ତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଜଣେ ବିଶିଷ୍ଟ ବ୍ୟକ୍ତି ଚନ୍ଦ୍ର ଶେଖର ପଣ୍ଡାଙ୍କ ଦେହାନ୍ତ ହୋଇଯାଇଛି। ଏକାଧାରରେ ଜଣେ କ୍ରିଡାବିତ, ଚିତ୍ରଶିଳ୍ପୀ, ଶିକ୍ଷାବିତ ଓ ସମାଜ ସଂସ୍କାରକ ଭାବେ ସେ ଜିଲ୍ଲାରେ ସୁପରିଚିତ ଥିଲେ। ଆଜି ଭବାନୀପାଟଣାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଜୁନାଗଡ, ଭବାନୀପାଟଣା ସମେତ ସାରା ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଚନ୍ଦ୍ର ଶେଖର ପଣ୍ଡା କଳାହାଣ୍ଡି ଫୁଟବଲ ଟିମର ଗୋଲ କିପର ଭାବେ ଦୀର୍ଘଦିନ ଧରି ଖେଳିବା ସହ ଆନ୍ତଃଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ସୁନାମ ଅର୍ଜନ କରିଥିଲେ। ଏହାସହ ସେ ଜଣେ ଉଚ୍ଚକୋଟୀର ବ୍ୟାଡମିଣ୍ଟନ ଖେଳାଳି ଥିଲେ। ଚିତ୍ର କଳାରେ ମଧ୍ୟ ତାଙ୍କର ବିଶେଷ ରୁଚି ଥିଲା ଓ ସେ ଜଣେ ଉତ୍ତମ ଚିତ୍ରକର ଥିଲେ। ଶିକ୍ଷା ସମାପ୍ତି ପରେ ଚନ୍ଦ୍ର ଶେଖର ପଣ୍ଡା ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରି ନିଜ ଜୀବନ କାଳ ମଧ୍ୟରେ ଅନେକ ସୂଯୋଗ୍ୟ ଶିଷ୍ୟ ତିଆରି କରିଛନ୍ତି। ଜୁନାଗଡ ହାଇସ୍କୁଲ ଓ ବ୍ରଜମୋହନ ହାଇସ୍କୁଲରେ ସେ ଅଧ୍ୟାପନା କରିଥିଲେ। ଜଣେ ନିଷ୍ଠାପର ଶିକ୍ଷକ, କ୍ରୀଡ଼ାବିତ ଓ ଚିତ୍ରଶିଳ୍ପୀ ଭାବରେ ତାଙ୍କର ବିଶେଷ ସୁନାମ ରହିଛି। ତାଙ୍କର ଆବର୍ତ୍ତମାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

Udyog Nursery
Udyogi Nursery

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.