ଟିମ ଜୈ ଭବାନୀ ପକ୍ଷରୁ ସେଁପୁରରେ କରୋନା ସଚେତନତା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳ ଭବାନୀ ଶଙ୍କର ନିଆଲଙ୍କ ଆହ୍ୱାନ ଏବଂ ସହଯୋଗରେ ଟିମ ଜୈ ଭବାନୀ ତରଫରୁ ସଦର ବ୍ଳକ ଭବାନୀପାଟଣା ଅନ୍ତର୍ଗତ ସେଁପୁର ଗ୍ରାମ ପଞ୍ଚାୟତରେ ମାସ୍କ ବଣ୍ଟନ କରାଯାଇଛି। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ଜୈ ଭବାନୀ ଟିମ୍।

ଜୈ ଭବାନୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେଁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ରାଜେଶ ପ୍ରସାଦ ସାହୁ ( ମୁନ୍ନା ) ଏବଂ ସମ୍ମାନିତ ଅତିଥି ଭାବେ ସେଁପୁର ଗ୍ରାମ ପଞ୍ଚାୟତର ସମିତି ଶ୍ରୀଯୁକ୍ତ ଲିଙ୍ଗରାଜ ଯୁଆଡ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏଥିରେ ଜୈ ଭବାନୀ ଟିମର ସଂଯୋଜକ ଖୁସିରାମ ସାହୁଙ୍କ ସମେତ ୟୁଥ ମାସ୍ ସେଁପୁରର ସଭାପତି ଦିଲୀପ କୁମାର ବାଗ, ସମ୍ପାଦକ ରମେଶ ବାଗ, ହରି ବାଗ, ସହ ସମ୍ପାଦକ ମାନଗୋବିନ୍ଦ ମାଝୀ ଏବଂ ୟୁଥ ମାସ ସେଁପୁରର ସମସ୍ତ ସଦସ୍ୟ ଏଥିରେ ସାମିଲ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.