କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ତରଫରୁ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି/କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ଏକ ଯୁବ ସଚେତନତା କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶାଖାର ଯୁବ ରେଡକ୍ରସ ଅଫିସର ଡ଼ଃ. ଅଜୟ କୁମାର ତ୍ରିପାଠୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ରେଡକ୍ରସର ଇତିହାସ ଓ ମୌଳିକ ନୀତି ବିଷୟରେ ଗୋବିନ୍ଦ ସାହୁ, ସାମାଜିକ ପରିବର୍ତ୍ତନରେ ଯୁବ ରେଡକ୍ରସ- ମାନସ ରଂଜନ ପଣ୍ଡା, ବୃକ୍ଷରୋପଣ ଓ ଜଳବାୟୁ ପରିବର୍ତ୍ତନ- ସରୋଜ କୁମାର ପଣ୍ଡା, ସ୍ବେଚ୍ଛାକୃତ ସେବା- ପରମେଶ୍ବର ମୁଣ୍ଡ, ସଡକ ସୁରକ୍ଷା- କ୍ୟାପଟେନ ଡ଼ଃ. ଜୟଦେବ ସାହୁ, ଯୁବ ନେତୃତ୍ବ- ସତ୍ୟ ନାରାୟଣ ମୁଣ୍ଡଛିନା, ବିପର୍ଯ୍ୟୟ ପରିଚାଳନା- ଶିବ ପ୍ରସାଦ ସା, ରକ୍ତଦାନର ମହତ୍ତ୍ଵ  ବିଷୟରେ ହେମନାଥ ଭୋଇ ପ୍ରମୁଖ ସାଧନ କର୍ମୀଭାବେ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ କରିଥିଲେ। ଡ଼ଃ. ନୃସିଂହାନନ୍ଦ ସାସମଲ ଅତିଥି ପରିଚୟ ପ୍ରଦାନ ଓ ସୁବ୍ରତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମୋହନ ଚରଣ ବିଷି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।ଏହି ସଚେତନତା ଭିତ୍ତିକ କାର୍ଯ୍ୟକ୍ରମକୁ ସଂଜିବ କୁମାର ସାହୁ, ଭୁଖନ ରାମ ଅହୀର, ଶାନ୍ତନୁ କୁମାର ପରିଡା ଓ ଅଶ୍ୱିନୀ ଓତା ପ୍ରମୁଖ ପରିଚାଳନା କରିଥିଲେ। ଦୁଇଟି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ପରାମର୍ଶଦାତା ଓ ୨୦୦ରୁ ଅଧିକ ସ୍ବେଚ୍ଛାସେବୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଆଗାମୀ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସମସ୍ତ ମହାବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ କୁଳପତି ସମସ୍ତ ସ୍ବେଚ୍ଛାସେବୀଙ୍କୁ ଆହ୍ୱାନ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.