ଚାଷୀ ସମସ୍ୟାକୁ ନେଇ ଜାତୀୟ ରାଜପଥ ଅବରୋଧ କଲା କୋଶଲ୍ ସେନା

● ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ର ସମର୍ଥନ

ବରଗଡ଼: ସରକାରୀ ଉଦାସୀନତା ଓ ଚାଷୀ ମାରଣ ନିତି ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି ଚାଷୀ। ମଣ୍ଡି ମାନଙ୍କରୁ ଧାନ ଉଠୁ ନଥିବାରୁ ଚାଷୀ ହନ୍ତସନ୍ତ ହେଉଛି। କଟନି ଛଟନି ସହ ଟୋକନ ଲେପ୍ସ ଆଦି ବିବିଧ ସମସ୍ୟା ଲାଗିରହିଛି। ଝାଳବୁହା ପରିଶ୍ରମ ପରେ ମଧ୍ୟ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ପାରୁନାହିଁ ଚାଷୀ। ମଣ୍ଡିମାନଙ୍କରେ ଭିଜୁଛି ହଜାର ହଜାର କୁଇଣ୍ଟାଲ ଧାନ। ଆଖି ସାମ୍ନାରେ ନଷ୍ଟ ହୋଇ ଯାଉଛି ଧାନ। ଏସମନ୍ଧରେ ସଂପୂର୍ଣ୍ଣ ଉଦାସୀନ ରହୁଛନ୍ତି ରାଜ୍ୟ ସରକାର। ଧାନ ବିକ୍ରି କରିନପାରି ଚାଷୀ ମୁଣ୍ଡରେ ହାତ ଥୋଇ ବସିଛି। ଏହାସହ ବର୍ଷ ତମାମ ଚାଷୀ ଅନେକ ସମସ୍ୟାର ସମ୍ମୁଖିନ ହେଉଛି।


ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି କୋଶଲ୍ ସେନା। ତାକୁ ପୂର୍ଣ୍ଣ ସମର୍ଥନ କରିଛି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍”(WOYM)। ଚାଷୀ ସମସ୍ୟାକୁ ନେଇ ଗୋଡଭଗା ଜାତୀୟ ରାଜପଥ -୬ ଅବରୋଧ କରିଥିଲା କୋଶଲ୍ ସେନା। ରାସ୍ତାରୋକ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ଅତାବିରା ତହସିଲଦାର ଏବଂ ବରଗଡ଼ ଉପ-ଜିଲ୍ଲାପାଳ ଆସି ଆନ୍ଦୋଳନକାରୀ ମାନଙ୍କ ସହ ଆଲୋଚନା କରିଥିଲେ, କିନ୍ତୁ କିଛି ସୁଫଳ ମିଳିନଥିଲା।


୧୦ ଘଣ୍ଟା ଚକାଜାମ୍ ପରେ ଜବରଦସ୍ତି ଚାଷୀ ତଥା ସଂଗ୍ରାମୀ ମାନକୁ ଗିରଫ କରି ନେଇଥିଲା ପୋଲିସ। ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ଯେ – ଆମେ ଚାଷୀର ହକ ପାଇଁ ଲଢେଇ କରୁଛୁ ଏବଂ କୋଶଲ୍ ସେନାକୁ ସମର୍ଥନ କରିଛୁ, ଆଗକୁ ମଧ୍ୟ ମାଟିର ହକ୍ ପାଇଁ ପୁର୍ଣ୍ଣ ସମର୍ଥନ କରିବୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.