ତହସିଲଦାରଙ୍କୁ ବିଭିନ୍ନ ମହଲରୁ ବିଦାୟ ସମ୍ବର୍ଦ୍ଧନା

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କୁ ଗତ କିଛି ଦିନ ହେଲା ବିଭିନ୍ନ ମହଲରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି । ଆଜି ତାଙ୍କରି ଚାକିରୀର ଶେଷ ଦିବସ ହେଇଥିବାବେଳେ ଗତ ଦୁଇ ଦିନ ତଳେ ମ.ରାମପୁର ବାର ଆସୋସିଏସନ ତରଫରୁ ଏବଂ ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ, ମ.ରାମପୁର ପୋଲିସ କର୍ମଚାରୀ, ମ.ରାମପୁର ବ୍ଳକ କର୍ମଚାରୀ, ମ.ରାମପୁର ତହସିଲ କର୍ମଚାରୀିଙ୍କ ତରଫରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି । ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ଚାକିରୀ ଜୀବନର ଅନୁଭୂତି ବାଂଟିବା ସହିତ ଓଡ଼ିଶାର ଯୋଉଠିକି ଗଲେ ମଧ୍ୟ ନିଜର ଉତ୍ତମ ସଂପର୍କ ରକ୍ଷା କରିବା ହିଁ ସବୁଠି ନିଜକୁ ଆନନ୍ଦ ଦେଇଥିାଏ ଏବଂ ମ.ରାମପୁରରେ ଚାକିରୀର ଶେଷ ସମୟ ସ୍ମରଣୀୟ ହେଇରହିବ ବୋଲି କହିଥିଲେ । ଆଜି ତାଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.