ଅନାଥ କିଶୋରକିଶୋରୀଙ୍କୁ ସହଯୋଗର ହାତ ବଢାଇଲା ଆଦର୍ଶ ୟୁଥ କ୍ଲବ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନାନ୍ଦୁଲ ଗ୍ରାମର ପାଞ୍ଚଜଣ ଅନାଥ ପୁଅ ଝିଅଙ୍କୁ ସେହି ଗ୍ରାମର ଆଦର୍ଶ ୟୁଥ କ୍ଲବ ସହଯୋଗର ହାତ ବଢାଇଛି। କ୍ଲବର ଉପଦେଷ୍ଟା ଶିବରାତୁ କୁମାରଙ୍କ ତତ୍ବାବଧାନରେ ସଭାପତି ଜୟନ୍ତ ମାଝୀ, ସମ୍ପାଦକ ଧୀରେନ୍ଦ୍ର ସୁନାନୀ, କୋଷାଧ୍ୟକ୍ଷ ମନୋଜ ନାଏକ ଓ ଉପେନ୍ଦ୍ର ବିହାରୀ, ପୁଷ୍ପ ପାରାଭୋଇ , କୁଶ ବୁଦ୍ଧିଆ, ସୁଶାନ୍ତ ମାଝୀ, କିଷ୍ମତ୍ ପରାଭୋଈ, ସୁରେନ୍ ମାଝୀ ବିଜୟ ମାଝୀ ଏବଂ ନେହେରୁ ଯୁବ କେନ୍ଦ୍ରର ଜାତୀୟ ସ୍ଵେଛାସେବୀ ମମତା ପ୍ରଧାନ ଉପସ୍ଥିତ ରହି କିଛି ଆର୍ଥିକ ସହଯୋଗ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.