ପୁଣି ଜଣେ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରାଇଲେ ସମାଜସେବୀ ମନୋଜ ପଟ୍ଟନାୟକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା କେସିଙ୍ଗା ବ୍ଲକ କିନେରକେଲା ଗାଁର ମଞ୍ଜୁଲତା ମାହାରଙ୍କୁ ରକ୍ତର ନିତ୍ୟାନ୍ତ ଆବଶ୍ୟକତା ଥିବାରୁ ତାଙ୍କୁ ସହଯୋଗର ହାତ ବଢାଇ ମହନୀୟତାର ପରିଚୟ ଦେଇଛନ୍ତି ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ। ପ୍ରାପ୍ତ ସୂଚନା ଆଧାରରେ ଶ୍ରୀମତୀ ମାହାରଙ୍କ ପାଇଁ କୋୖଣସି ଠାରୁ ରକ୍ତ ଯୋଗାଡ ହୋଇନପାରିବାରୁ ତାଙ୍କ ଭାଇ ମନୋଜ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲେ। ପରିସ୍ଥିତିକୁ ହୃଦୟଙ୍ଗମ କରି ଶ୍ରୀଯୁକ୍ତ ପଟ୍ଟନାୟକ ମହଗାଁର ଯୁବ ସ୍ୱେଚ୍ଛାସେବୀ ଦୀପ କୁମାର ଶବରଙ୍କୁ ନେଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟରେ ପହଞ୍ଚି ରକ୍ତଦାନ କରାଇଥିଲେ। ତାଙ୍କୁ ଉପକୃତ ରୋଗୀଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Omkar Vasthu
Omkar Vasthu


ଏଠାରେ ପ୍ରକାଶଯୋଗ୍ୟ ଯେ, ଦୁଇ ଦିନ ତଳେ ମନୋଜ ପଟ୍ଟନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାଞ୍ଚ ଜଣ ରୋଗୀଙ୍କୁ ଏକ କାଳିନ ରକ୍ତ ଯୋଗାଇ ଦେଇଥିଲେ। ବିଭିନ୍ନ ସମୟରେ ନର୍ଲା ନିର୍ବାଚନ ମଣ୍ଡଳୀର ଅସହାୟ ଓ ଦୁର୍ଗତଙ୍କ ପାଖରେ ପହଞ୍ଚି ଲୋକଙ୍କ ସେବା କରି ଆସୁଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ। ଏହା ବ୍ୟତିରେକ ସ୍ବର୍ଗଦ୍ବାର ସେବା ସଂଗଠନର ଅଧ୍ୟକ୍ଷ ଭାବେ ମନୋଜ ପଟ୍ଟନାୟକ କରୋନା ରୋଗୀଙ୍କ ଶବ ସତ୍କାର କରି କେବଳ କଳାହାଣ୍ଡି କାହିଁକି ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହରା ହୋଇ ପାରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.