ଲାଞ୍ଜିଗଡ଼: ପୋଖରୀବନ୍ଧରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରୀ ଘାଟି ନିକଟରେ ଥିବା ବଞ୍ଜାରୀ ଢ଼ାବା ସାମ୍ନାରେ ଓଲଟି ପଡିଛି ଏକ କୋଇଲା ବୋଝେଇ ଟ୍ରକ। ତେବେ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ହେଲ୍ପର। ଟ୍ରକଟି କୋଇଲା ବୋଝେଇ କରି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରକଟି ଓଲଟି ପଡିଥିବା ବେଳେ ରାସ୍ତା ଉପରେ କୋଇଲା ବିଛାଡିହୋଇ ପଡ଼ିରହିଛି। ଖବର ପାଇ ସିକେରକୁପା ପୋଲିସ ପହଞ୍ଚିଛି। ତବେ ମାଲ୍ ବୋଝେଇ ଟ୍ରକ ଗୁଡ଼ିକ ଓଭର ଲୋଡିଙ୍ଗ୍ ଯୋଗୁଁ ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଭୟଭୀତ ହୋଇପଡିଛନ୍ତି।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in