କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ ହୋଇଯାଇଛି। କୋରାପୁଟ ସରକାରୀ କଲେଜ +୨ ବିଜ୍ଞାନରେ ୪୩ ଜଣ ପ୍ରଥମ ଶ୍ରେଣୀ, ୬୯ ଜଣ ଦ୍ଵିତୀୟ ଶ୍ରେଣୀ ଓ ୬୭ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ ହୋଇଥିବା ବେଳେ ୯୮.୮୯ ପ୍ରତିଶତ ପାସହାର ରହିଥିବା ଜଣାପଡିଛି। ସେହିପରି ବାଣିଜ୍ୟରେ ୭ ଜଣ ପ୍ରଥମ ଶ୍ରେଣୀ, ୨୧ ଜଣ ଦ୍ଵିତୀୟ ଶ୍ରେଣୀ ଓ ୭୨ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ ହୋଇଥିବା ବେଳେ ପାସହାର ୯୮.୦୩ ପ୍ରତିଶତ ରହିଥିବା ଜଣାପଡିଛି।