ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଅର୍ଥନୀତି ଓ ଆଇ.କ୍ୟୁ.ଏ.ସି. ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ଆଭାସୀ ସମ୍ପାନ

କଳାହାଣ୍ଡି : ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ସ୍ତରୀୟ ଆଭାସୀ ସମ୍ପାନ ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନାଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଯାଇଛି। ଅର୍ଥନୀତି ବିଭାଗ ଓ ଆଇ.କ୍ୟୁ.ଏ.ସି. ମିଳିତ ଆନୁକୂଲ୍ୟରେ ଅର୍ଥନୀତି ବିଭାଗ ମୁଖ୍ୟ ଡ. ରଜନୀକାନ୍ତ ଜେନାଙ୍କ ପ୍ରଚେଷ୍ଟାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ପାନର ବିଷୟବସ୍ତୁ “ଉଚ୍ଚଶିକ୍ଷା ବିଭାଗର ଜାତୀୟ ଶିକ୍ଷାନୀତି -୨୦୨୦” ଉପରେ ଆସାମ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ବିଶେଷଜ୍ଞ ପ୍ରଫେସର ଅନନ୍ତ କୁମାର ଜେନା ଗଭୀର ଆଲୋକପାତ କରିଥିଲେ। ଉନ୍ନତ ଶିକ୍ଷା, ଉନ୍ନତ ଶିକ୍ଷାନୁଷ୍ଠାନ, ସର୍ବୋପରି ଉନ୍ନତ ଛାତ୍ରଛାତ୍ରୀ ଗଠନରେ ଜାତୀୟ ଶିକ୍ଷାନୀତିର ପ୍ରଭାବ ସମ୍ପର୍କରେ ସବିଶେଷ ମତାମତ ରଖିଥିଲେ।ତତସଙ୍ଗେସଙ୍ଗେ ଅଂଶଗ୍ରହଣକାରୀଙ୍କ ସମସ୍ତ ପ୍ରଶ୍ନକୁ ଡ. ଜେନା ଆମୂଳେଚୁଳେ ସ୍ପଷ୍ଟାଲୋକପାତ କରିଥିଲେ। ଆଇ.କ୍ଯୁ.ଏ.ସି. ସମନ୍ୱୟକାରୀ ଡ. ରଜନୀକାନ୍ତ ଜେନା ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ଆପଣା ସଭାପତିତ୍ୱ ଅଭିଭାଷଣରେ ଶିକ୍ଷାନୀତି ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରେଇଥିଲେ। ଏହି ସମ୍ପାନର ସଂଯୋଜନା କରିଥିଲେ ଇଂରାଜୀ ବିଭାଗ ମୁଖ୍ୟା ଶତରୁପା ମିଶ୍ର। ପରିଶେଷରେ ସମ୍ପାନର ଉପଆବାହକ ଓଡ଼ିଆ ବିଭାଗ ମୁଖ୍ୟ ରାଜକିଶୋର ପଣ୍ଡିତ ଅତିଥିଙ୍କ ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଅଧ୍ୟାପିକା ଏହି ଜାତୀୟ ସ୍ତରୀୟ ଆଭାସୀ ସମ୍ପାନରେ ଅଂଶଗ୍ରହଣ କରି ଆଲୋଚନାଚକ୍ରକୁ ସଫଳ କରେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.