ଗଡ଼ିଲା ରାଜସ୍ୱ ରଥ, ୧୦ଜଣଙ୍କୁ ପଟ୍ଟା ପ୍ରଦାନ କଲେ ଗୋଲାମୁଣ୍ଡା ତହସିଲଦାର

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କରୋନା ମହାମାରୀ ସମୟରେ ସାଧାରଣ ଜନତାଙ୍କୁ ଘର ପାଖରେ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ, କର୍ଲାଗୁଡା, ଅମଠା ଗ୍ରାମର ୧୦ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଘରକୁ ଯାଇ ପଟ୍ଟା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ , ରାଜସ୍ୱ ସୁପରଭାଇଜର ଉଦିତ ପ୍ରତାପ ବାରିକ, ବୋରଗୁଡା ଇନଚାର୍ଜ ଆରଆଇ କ୍ଷମାନିଧି ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଲାମୁଣ୍ଡା ବ୍ଲକର ପ୍ରତି ପଞ୍ଚାୟତ ଓ ଗାଁ ଗାଁ କୁ ବୁଲିବ ଏହି ରଥ ଏବଂ ଲୋକଙ୍କ ଘରକୁ ଯାଇ ବିଭିନ୍ନ ରାଜସ୍ବ ସେବା ପ୍ରଦାନ ଜାରିରହିବ ବୋଲି ତହସିଲଦାର ଶ୍ରୀ ଜାଲ ପ୍ରକାଶ କରିଛନ୍ତି । କରୋନା ସମୟରେ ପ୍ରଶାସନ ଘରକୁ ଯାଇ ପଟ୍ଟା ବଣ୍ଟନ କରିଥିବାରୁ ହିତାଧିକାରୀ ମାନେ ରାଜ୍ୟସରକାରଙ୍କ ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିବା ସହ ସ୍ଥାନୀୟ ପ୍ରଶାସନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.