କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ମୁଖ୍ୟାଳୟ ଠାରୁ ଅନତି ଦୁରେଇ ଥିବା ସରଗୁଲ ମାଲପଡା ପଂଚାୟତର ବାଗବୁରେଇ ଗାଁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହି ନିକଟରେ ତିନି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୁରୁମ ବିଛା ଯାଇଥିଲା, ହେଲେ ନା ରୁଲିଂ କରାଯାଇଛି ନା ମେଟାଲିଙ୍ଗ କରାଯାଇଛି। ରାସ୍ତାର ଅବସ୍ଥା ଯଥା ପୂର୍ବ ତଥା ପରଂ, ବରଂ ବର୍ଷା ହେଲେ ଆହୁରି ସମସ୍ୟା ସୃଷ୍ଟି ହେଉଛି। ପ୍ରଶାସନିକ ଦୁର୍ବଳତା ସାଙ୍ଗକୁ ଲାଭଖୋର ମନୋଭାବ ହେତୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଦେଖାଇ ଉନ୍ନୟନ କାମକୁ ଏପରି ଭାବେ କର୍ଦମାକ୍ତ କରାଯାଉଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି।