ପତୋରା ଶିବ ମନ୍ଦିରର ଦାନବାକ୍ସ ଓ ଅଳଙ୍କାର ଚୋରି

ନୂଆପଡା,୧୪/୧୧ :

ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଧରମବନ୍ଧା ନିକଟ ପତୋରାସ୍ଥିତ ପ୍ରସିଦ୍ଧ ଯୋଗେଶ୍ବର ଶିବ ମନ୍ଦିରରୁ ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି କରି ନେଇଛନ୍ତି।

ବୁଧବାର ସକାଳେ ପୂଜକ ମନ୍ଦିରକୁ ଆସିବା ପରେ ଚୋରି ସମ୍ପର୍କରେ ଜାଣିପାରିଥିଲେ। ଦୁବୃର୍ତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଦାନବାକ୍ସ ଓ ଶିବପାର୍ବତୀଙ୍କ ରୂପା ନିର୍ମିତ ମୁକୁଟ ଚୋରାଇ ନେଇଛନ୍ତି। ଏହାସହ ଦାନ ବାକ୍ସରୁ ଟଙ୍କା ନେଇ ଖାଲି ବାକ୍ସ ଫୋପାଡି ଦେଇଯାଇଛନ୍ତି। ଅଭିଯୋଗ ପରେ ଧମରବନ୍ଧା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.