କଣ୍ଟାମାଲ ଗ୍ରାମରେ କୃଷକ ସମ୍ମିଳନୀ ଓ କ୍ଷେତ୍ର ପରିଦର୍ଶନ କାର୍ଯକ୍ରମ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ ଆଇଟିସି ମିଶନ ସୁନେହେରା କଲ ପ୍ରକଳ୍ପ ଆନୁକୁଲ୍ୟରେ ସ୍ବେଚ୍ଛାସେବୀ ସଂଗଠନ ସର୍ବ ସେବା ସମିତି ସଂସ୍ଥା ତରଫରୁ କୃଷକ ସମ୍ମିଳନୀ ଓ କ୍ଷେତ୍ର ପରିଦର୍ଶନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ୍ୟ କୃଷୀ ସମ୍ପ୍ରସାରଣ ଅଧିକାରୀ ଗଣପତି ନାଏକ, ପ୍ରକଳ୍ପର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ସା ଯୋଗଦେଇ ଧାନ, କପା, ମୁଗ, ବିରି ଆଦି ପ୍ରମୁଖ ଫସଲରେ ବୈଜ୍ଞାନିକ ଚାଷ ପଦ୍ଧତି ଅବଲମ୍ବନ କରି କମ୍ ଖର୍ଚ୍ଚ ଓ ଅମଳ ବୃଦ୍ଧି କରିବା ଏବଂ ଏହି ଫସଲ ଗୁଡ଼ିକର ରୋଗ ପୋକ ନିୟନ୍ତ୍ରଣ, ଘାସ ଦମନ, ଖାଦ୍ୟସାର ପରିଚାଳନା ତଥା ସରକାରଙ୍କ ଦ୍ଵାରା କ୍ରିୟାଶୀଳ ବିଭିନ୍ନ କୃଷି ସମ୍ବନ୍ଧୀୟ ପରିଯୋଜନାର ଲାଭ ନେବା ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରବର୍ତ୍ତୀ ପର୍ଯ୍ୟାୟରେ ଆଇଟିସି ମିଶନ ସୁନେହେରା କଲ୍ ପ୍ରକଳ୍ପ ତରଫରୁ ପରିଚାଳିତ କଣ୍ଟାମାଳ ଗ୍ରାମ କୃଷକ କ୍ଷେତ୍ର ବିଦ୍ୟାଳୟର ମୁଖ୍ୟ ଚାଷୀ ଚୈତନ୍ୟ ପୁଟେଲ ଙ୍କ କ୍ଷେତକୁ ଯାଇ ଚାଷୀମାନେ ପ୍ରଦର୍ଶନୀ କ୍ଷେତ୍ରକୁ ପରିଦର୍ଶନ କରିଥିଲେ । ଏଥିରେ କଣ୍ଟାମାଳ, ବୋରିଗୁମା ଏବଂ କୁହୁରା ଗ୍ରାମର ୪୦ ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସର୍ବ ସେବା ସମିତି ସଂସ୍ଥାର କ୍ଷେତ୍ର ସଂଯୋଜକ ଭୋଳାମଣି ବାଗ୍ ଓ କୁବେର ବୁଡେକ୍ ପ୍ରମୁଖ ପରିଚାଳନା କରିଥିବାବେଳେ କିଶାନ ମିତ୍ର ଅବଧୂତ ମଝି ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.