ଦୁର୍ଘଟଣା ରାସ୍ତା ପାଲଟିଛି ବିଜୁ ଏକ୍ସପ୍ରେସ ୱେ: ଟ୍ରାକ୍ଟର ପଛକୁ ପିଟିଲା ବାଇକ, ୨ ମୃତ

● ବ୍ଲକ ସ୍ପଟ ଚିହ୍ନଟ କରିବାକୁ ଦାବୀ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଠାରୁ ବୃନ୍ଦାବାହାଲ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି। ଉକ୍ତ ରାସ୍ତାର ଖଲିଆକାନି ନିକଟରେ ଠିଆ ହୋଇଥିବା ଟ୍ରାକ୍ଟରରେ ଏକ ବାଇକ ଧକ୍କା ଦେବାରୁ ଚାଳକ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଆଧାରରେ, ବୁଧବାର ସଂନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଲିଆକାନି ବିଜୁ ଏକ୍ସପ୍ରେସୱେ ରାସ୍ତା ଉପରେ ଏକ ଧାନ ବୋଝେଇ ଟ୍ରାକ୍ଟର ଠିଆ ହୋଇଥିବା ସମୟରେ ବୃନ୍ଦାବାହଲ ପଟୁ ଏକ ବାଇକରେ ଦୁଇ ଜଣ ବ୍ୟକ୍ତି ଆସୁଥିଲେ। କିନ୍ତୁ ଠିଆ ହୋଇଥିବା ଟ୍ରାକ୍ଟରେ ପଛପଟୁ ବାଇକ ଧକ୍କା ଦେବାରୁ ଦୁଇ ଜଣ ରାସ୍ତା ଉପରେ ଟଳି ପଡିଥିଲେ। ଦୁଇଙ୍କ ମୁହଁରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

Omkar Vasthu
Omkar Vasthu


ଖବରପାଇ ଘଟଣାସ୍ଥଳରେ ଗୋଲାମୁଣ୍ଡା ଥାନା ଆଇଆଇସି ଜୁଗଳ ଶବର ପହଞ୍ଚି ଅଗ୍ନିଶମ ବାହିନୀ ଦ୍ୱାରା ଦୁଇ ଜଣଙ୍କୁ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନାକୁ ପଠାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ମୃତକ ହେଲେ ସମରଥବସାର ସତ୍ୟ ମାଝୀ ଓ ଫୁଇରିପାଣି ଗ୍ରାମର ଗୁକୁଳ ମାଝୀ। ଏଠାରେ ପ୍ରକାଶଯୋଗ୍ୟ ଯେ, ଗୋଲାମୁଣ୍ଡା ଠାରୁ ବୃନ୍ଦବାହାଲ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସୱେ ରାସ୍ତା ପୁରୁଣା ନଗର ଉନ୍ନୟନ ବିଭାଗ ରାସ୍ତା ଉପରେ ହୋଇଛି। ପୂର୍ବରୁ ଯେମିତି ଅଙ୍କା ବଙ୍କା ରାସ୍ତା ଥିଲା ବର୍ତ୍ତମାନ ବିଜୁ ଏକ୍ସପ୍ରେସୱେ ରାସ୍ତା ହୋଇ ମଧ୍ୟ ଦୁଇ ଥାକିଆ ରାସ୍ତାରେ ହଠାତ ଅଙ୍କା ବଙ୍କା ରାସ୍ତା ଥିବାରୁ ଉକ୍ତ ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି ଓ ଇତି ମଧ୍ୟରେ ଅନେକ ଲୋକଙ୍କ ଜିବନହାନୀ ମଧ୍ୟ ହୋଇ ସାରିଲାଣି। ଉକ୍ତ ରାସ୍ତାର ଅନେକ ଜାଗାକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରିବାକୁ ଦିର୍ଘ ଦିନ ହେଲା ଦାବୀ ହୋଇ ଆସୁଥିଲେ ସୁଦ୍ଧା ପ୍ରଶାସନିକ କ୍ଷେତ୍ରରେ ଆଗ୍ରହ ଦେଖାଉନଥିବାରୁ ଦିନକୁ ଦିନ ଦୁର୍ଘଟଣା ଘଟି ଜିବନହାନୀ ବଢିବାରେ ଲାଗିଛି। ଏଣୁ ଯଥା ଶିଘ୍ର ଆଗାମୀ ଦିନରେ ଉକ୍ତ ରାସ୍ତାର ଅନେକ ଯାଗାରେ ବ୍ଲକ ସ୍ପଟ ଚିହ୍ନଟ କରିବାକୁ ସାମାଜସେବୀ ପ୍ରସନ୍ନ ରାଉତଙ୍କ ସମେତ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.