କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ତାଳୁକ ଆଇନ ସେବାସମିତି ପକ୍ଷରୁ ମହିମା ଗ୍ରାମଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପିଏଲଭି ଚକ୍ରଧର ବେଶ୍ରା ଏବଂ ଆଇନଜୀବୀ ଲକ୍ଷୀଧର ମେହେର ଯୋଗଦେଇ ଜନସାଧାରଣ କିଭଳି ଭାବରେ ଆଇନର ସହାୟତା ସହଜରେ ପାଇପାରିବେ ସେନେଇ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିମା ସରପଞ୍ଚଜୟସିଂ ମାଝି, ବରିଷ୍ଠ ସମାଜସେବୀ ତଥା ପୂର୍ବତନ ମହିମା ସରପଞ୍ଚ ଘନଶ୍ୟାମ ନାଏକ, କ୍ଷେତ୍ର ନାଏକ, ରଞ୍ଜନ ସାହୁ, ସୁଧିର ସାହୁ, ଟଙ୍କଧର ନାଏକ, ଲିଙ୍ଗରାଜ ନାଏକ, ପୁରୁନ ଧଙ୍ଗଡା ମାଝିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।