କେସିଙ୍ଗା ବ୍ଲକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୧ ପାଳନ

କେସିଙ୍ଗା, (ମଧୁସୂଦନ ଠାକୁର): କେସିଙ୍ଗା ପଞ୍ଚାୟତ ସମିତି ସଭା ଗୃହରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୧ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବେହେରା, ସିଡିପିଓ, ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ଡ଼ିଏସପି ଶ୍ରୀ ମହାନନ୍ଦ ଓ କେସିଙ୍ଗା ବିଡ଼ିଓ ଶ୍ରୀ ଓଡୁ ଏକ ସତ୍ୟ ପାଠ କରାଇ ଥିଲେ। ଦେଶର ଆର୍ଥିକ, ରାଜନୈତିକ, ସାମାଜିକ, ପ୍ରଗତିପଥରେ ଦୁର୍ନୀତି ଏକ ବିରାଟ ପ୍ରତିବନ୍ଧକ ବୋଲି ଡ଼ିଏସପି ପ୍ରକାଶ କରିଥିଲେ। ଦୁର୍ନୀତି ନିବାରଣ କରିବାକୁ ହେଲେ ସରକାରି କର୍ମଚାରୀମାନେ ଏକତ୍ରିତ ହୋଇ ସତର୍କତା ସହିତ ସର୍ବାଧିକ ସାଧୁତା ଏବଂ ସତ୍ୟନିଷ୍ଠାରେ ପ୍ରତିବଦ୍ଧତା ରହି ଦୁର୍ନୀତି ବିରୋଧରେ ସଂଗ୍ରାମ କରିବା। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟ ରହି ଆଇନକୁ ପାଳନ କରିବା, ଲାଞ୍ଚ ଦେବା ନାହିଁ କି ନେବା ନାହିଁ, ସମସ୍ତ ଗୁରୁ ଦାୟିତ୍ୱକୁ ସାଧୁତା ଏବଂ ସ୍ୱଚ୍ଛତା ସହ ସମ୍ପାଦନ କରିବା, ସମସ୍ତ ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଆଦି ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ନଭେମ୍ବର ୧ ଯାଏ ଜିଲ୍ଲାର ବିଭିନ୍ନ ବ୍ଲକ ଓ କାର୍ଯ୍ୟାଳୟ ଠାରେ ପାଳନ କରିବା ପାଇଁ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମ ପଞ୍ଚାୟତରେ ମଧ୍ୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ସରପଞ୍ଚ ସଞ୍ଜୁକ୍ତା ବାଗ, ପିଇଓ ଲମ୍ବୋଧର ଶିଖା ଏବଂ ସମସ୍ତ ୱାର୍ଡ଼ ସଭ୍ୟସଭ୍ୟା ଉପସ୍ଥିତ ରହି ଶପଥପାଠ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.