ସଲପା ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡ଼କ୍ରସ ଶାଖା ଗଠିତ

କୋରାପୁଟ/ଜୟପୁର, (ତ୍ରିନାଥ ପଟ୍ଟନାୟକ): ଜୟପୁର ବ୍ଲକ ଅନ୍ତର୍ଗତ ସଲପା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡ଼କ୍ରସ ଶାଖା ଗଠିତ ହୋଇଯାଇଛି। ତୃଣମୂଳ ସ୍ତରରେ ରେଡ଼କ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକଙ୍କ ସାଧୁ ଉଦ୍ୟମ ଜାରି ରହିଥିବା ବେଳେ ସଲପା ଉଚ୍ଚ ବିଦ୍ୟାଳୟର ଏହି ପଦକ୍ଷେପ ବେଶ ସ୍ୱାଗତଯୋଗ୍ୟ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତାପସ ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ଉପସ୍ଥିତ ରହି ବିଦ୍ୟାଳୟରେ ଜୁନିୟର ରେଡ଼କ୍ରସ ଶାଖା ଗଠନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ କମିଟି ଗଠନ କରାଯାଇଥିଲା। ଜୁନିୟର ରେଡ଼କ୍ରସ ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ଜୁନିୟର ରେଡ଼ କ୍ରସର ଲକ୍ଷ୍ୟ ଉଦ୍ଦେଶ୍ୟ, ମୂଳନୀତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ରେଡ଼କ୍ରସ ପରାମର୍ଶଦାତ୍ରୀ ମୁନିବାଳା କର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଭଗବାନ ପାଢ଼ୀ, ଶିକ୍ଷୟିତ୍ରୀ ଅନିତା ପଟ୍ଟନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏଥି ସହିତ ଶ୍ରୀଯୁକ୍ତ ପଣ୍ଡା ଧନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କଳିଆଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସରକାରୀ ଶ୍ରୀନିବାସ ଉଚ୍ଚ ବିଦ୍ୟାଳୟ ଫାମ୍ପୁଣୀ ଏବଂ ଅନ୍ତା ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଯାଇ ରେଡ଼କ୍ରସ କାର୍ଯ୍ୟକ୍ରମ ତଦାରଖ କରିଥିଲେ।ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ମାନଙ୍କୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଜାରି ରଖିବାପାଇଁ ପରାମର୍ଶ ଦେଇଥିଲେ। ପରାମର୍ଶଦାତା ନୃସିଂହ ପ୍ରସାଦ ଷଡଙ୍ଗୀ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ଧନପୁର ଉଚ୍ଚ ବିଦ୍ୟାଳୟରେ ତ୍ୱରାନ୍ୱିତ କରିବା ପାଇଁ ମତବ୍ୟକ୍ତ କରିଥିଲେ। ପରାମର୍ଶଦାତ୍ରୀ ମୁନିବାଳା କର ଛାତ୍ରଛାତ୍ରାମାନଙ୍କୁ ହାତଧୂଆ କୌଶଳ ଶିକ୍ଷା ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.