ବିଶ୍ବ ମିତବ୍ୟୟିତା ପକ୍ଷ ପାଳନ: ସଂଚୟ ରଥ ଶୁଭାରମ୍ଭ କଲେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ

ରାୟଗଡା: ଆଜି ବିଶ୍ଵ ମିତବ୍ୟୟତା ଦିବସ ଉପଲକ୍ଷେ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଞ୍ଚୟ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଉଦଘାଟନ କରିଛନ୍ତି । ଏହି ସଞ୍ଚୟ ରଥ ରାୟଗଡା ଜିଲ୍ଲାର କୋଲନରା, ଗୁଣୁପୁର, ଗୁଡାରି ଓ ରାମନାଗୁଡା ବ୍ଲକ ଗସ୍ତ କରି ସେଠାର ଲୋକଙ୍କୁ ସଞ୍ଚୟ ବିଷୟରେ ସଚେତନତା ସୃଷ୍ଟି କରିବ । ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥାରେ ହିଁ ସଞ୍ଚୟ କରିବା ପାଇଁ ଲୋକଙ୍କୁ ବୁଝାଇବ । ଦେଶରେ ବିଭିନ୍ନ ପ୍ରକାରର ସଂସ୍ଥାମାନ ଖୋଲି ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୋକ ମାନଙ୍କୁ ଠକିବାରେ ଲାଗିଛନ୍ତି । ଅଧିକ ସୁଧରେ ପ୍ରଲୋଭିତ ନ ହୋଇ ଠକ ସଂସ୍ଥାରେ ସଞ୍ଚୟ ନ କରି ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥା ଯେମିତିକି ସରକାରୀ ବ୍ୟାଙ୍କ, ପୋଷ୍ଟ ଅଫିସ ମାନଙ୍କରେ ସଞ୍ଚୟ କରିବା ପାଇଁ ଲୋକଙ୍କୁ ସଚେତନତା କରିବ । ଏହି ସଞ୍ଚୟ ରଥ ଉଦଘାଟନ ବେଳେ ପିଡି-ଡିଆରଡିଏ ମହେଶ୍ୱର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲିନୁର, ସଞ୍ଚୟ ବିଭାଗର ଅଧିକାରୀ ଧ୍ରୁବ କୁମାରଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.