ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଭାବେ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା(ଆଇଏଏଫ) ମିଳିତଭାବେ ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷା କରିଛନ୍ତି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ କରାଯିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ଭୂପୃଷ୍ଠରେ ଥିବା ଲକ୍ଷ୍ୟସ୍ଥଳ ସଠିକ୍ ଭେଦ କରିଥିଲା । କାର୍ଯ୍ୟକ୍ରମର ସମସ୍ତ ଲକ୍ଷ୍ୟ ସଫଳ ହୋଇଥିଲା । ଅନେକ ଦୂର ସଂମ୍ବେଦୀ ଯନ୍ତ୍ର ଯେପରି ଇଲେକ୍‌ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଓ ଚାନ୍ଦିପୁର ସମନ୍ୱିତ ପରୀକ୍ଷା ଘାଟୀରେ ମୁତୟନ ଟେଲି ମେଟ୍ରୀ ଓ ରାଡାର ଦ୍ୱାରା ବୋମା ପରୀକ୍ଷା ଦକ୍ଷତାର ଟିକିନିକି ପର୍ଯ୍ୟବେକ୍ଷଣ କରାଯାଇଥିଲା । ଏହି ଦୂରଗାମୀ ବା (ଏଲଆର) ବୋମା ହାଇଦ୍ରାବାଦସ୍ଥିତ ଡିଆରଡିଓ ଇମରାଓ ଗବେଷଣା କେନ୍ଦ୍ରଦ୍ୱାରା ବିକଶିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ ଡିଆରଡିଓ, ଆଇଏଏଫ ଓ ଏଥିସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏକ ବାର୍ତ୍ତା ଦେଇ ଏହି ଦୂରଗାମୀ ବୋମାର ସଫଳ ପରୀକ୍ଷା ଭାରତର ନିଜସ୍ୱ ଆୟୁଧ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.