କେସିଙ୍ଗା, (ମଧୁସୂଦନ ଠାକୁର): କଶୃପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଙ୍କୁଳସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏନେଇ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଡୁ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍, ଦାର୍ଶନିକ, ସମାଜସେଵୀ ତଥା ରେଡକ୍ରସର ପ୍ରତିଷ୍ଠାତା ହେନେରି ଡୁନାଣ୍ଟଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶିବିରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ସଭାପତିତ୍ବ କରିଥିବା ବେଳେ ଅଧ୍ୟ୍ୟାପକ ମୋହନ ଚରଣ ବିଶି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆମ ଜୀବନରେ ରେଡ଼କ୍ରସର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ଏଥିରେ ରେଡକ୍ରସର ପରାମର୍ଶଦାତା ତଥା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ କୃତୀ ସ୍ବେଚ୍ଛାସେବୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରୁଥିଲେ। ଅଧ୍ୟାପକ ସଦାନନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।