କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ତରଫରୁ ଦରମା ବୃଦ୍ଧିକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୋକସରା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ସଭାପତି ସୁମନ ଅର୍ପିତ ପଣ୍ଡାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଇଓ ତୋଫାନ ମାଝୀ ଓ ବିଜୟ କୁମାର ବାରିକଙ୍କ ଜରିଆରେ ପ୍ରଦାନ କରାଯାଇଛି। ୨୦୧୬ ମସିହାରେ ଠାରୁ କନିଷ୍ଠ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଜଣାଇଛନ୍ତି କିନ୍ତୁ ଇତି ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା କୁହାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦରମା ହାର କମ ଯୋଗୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଦରଦାମ ହୁ ହୁ ହୋଇ ବଢୁଥିବାବେଳେ ସେମାନଙ୍କୁ ଦୈନିକ ୨୧୭ ଟଙ୍କା ଆକାରରେ ମାସିକ ୬୫୧୨ ଟଙ୍କା ପ୍ରଦାନ କରାଯାଉଛି। ତେବେ ଅଣ କୁଶଳୀ ଶ୍ରମିକର ପାରିଶ୍ରମିକ ଠାରୁ ମଧ୍ୟ କମ ଟଙ୍କା ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଶିକ୍ଷକ ସଂଘ କହିଛି। ଅନ୍ୟପକ୍ଷରେ ଜଣେ ତାଲିମ ପ୍ରାପ୍ତ ଅତି କୁଶଳୀ ଶିକ୍ଷକମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ଅନେକ ସମୟରେ ପ୍ରଶଂସିତ ହେଉଥିବାବେଳେ ସରକାରଙ୍କ ଶିକ୍ଷକ ମାନଙ୍କ ପ୍ରତି ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି। ଶିକ୍ଷା ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ଶିକ୍ଷକ ମାନେ ଦେଶର ଭବିଷ୍ୟତ ତିଆରି କରୁଥିବାବେଳେ ଦରମା ବୃଦ୍ଧି କରନ୍ତୁ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ଦାବୀପତ୍ର ସମୟରେ ଶୁଭେନ୍ଧୁ ମହାପାତ୍ର, ସମ୍ପାଦକ ଆଲୋକ କୁମାର ମହାଳିକ, ସହ ସମ୍ପାଦକ ବସନ୍ତ କୁମାର ଦାସ, କୋଷାଧ୍ୟକ୍ଷ ନାଥ ସିଂ, ମିଡ଼ିଆ ସଂଯୋଜକ ରଶ୍ମି ରଂଜନ ସାହୁ, ଉତ୍ତମ କୁମାର ବଳ, ସୁଭ୍ରାଂଶୁ ପଟ୍ଟନାୟକ, ଆଶୁତୋଷ ଆଚାର୍ଯ୍ୟ, ସନ୍ତୋଷ ପରିଡା, ଜୀବନ ସାମଲ, ନିରାକାର ସେଠି, ଦେବାଶିଷ ଦାସ ସମେତ ଅନ୍ୟାନ୍ୟ କନିଷ୍ଠ ଶିକ୍ଷକ ଉପସ୍ଥିତ ରହିଥିଲେ ।