ମମୀତା ମେହେର ହତ୍ୟାକାଣ୍ଡ ମାମଲାକୁ ନେଇ ବିଜେପିର ଥାନା ଘେରାଉ

ଲାଞ୍ଜିଗଡ: ମମୀତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ସରଗରମ ରହିଛି। ଘଟଣାରେ ମନ୍ତ୍ରୀଙ୍କ ଲିଙ୍କ ଥିବାନେଇ ବିରୋଧୀ ସରକାରକୁ ଘେରିବା ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ମମୀତା ହତ୍ୟାକାଣ୍ଡ ଘଟଣା ଏବେ ଓଡିଶା ସୀମା ଡେଇଁ ଜାତୀୟ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି। ଦିଲ୍ଲୀରୁ ପଲ୍ଲୀ ଯାଏଁ ସବୁଠି ପ୍ରତିବାଦର ନିଆଁ ଦେଖିବାକୁ ମିଳୁଛି। ମମୀତା ମେହେର ହତ୍ୟା ମାମଲାକୁ ନେଇ ଆଜି ଲାଞ୍ଜିଗଡ଼ ବିଜେପି ପକ୍ଷରୁ ବିଶ୍ଵନାଥପୁର ଥାନା ଘେରାଉ କରାଯାଇଥିଲା। ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ମମୀତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ସିବିଆଇକୁ ହସ୍ତାନ୍ତର ଦାବିରେ ବିଶ୍ୱନାଥପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ।

ଯଥାଶୀଘ୍ର ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ, ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେପି ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଲଷ୍ମୀଧର ସନ୍ତୋଷ ରାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ବ୍ଲକ ସଭାପତି ଭାଗିରଥି ଧଙ୍ଗଡାମାଝୀ, ବିରଞ୍ଚି ପ୍ରଧାନୀଙ୍କ ସହ ବିଜେପିର ଅନେକ କର୍ମୀ ଉପସ୍ଥିତ ରହି ଥାନା ଘେରାଉ କରି ଦାବିପତ୍ର ପ୍ରଦାନ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.