ନାଗେଶ୍ଵରନାଥ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ଜାଗରଣ ମଞ୍ଚର ବୈଠକ

କଟକ ସଦର, (ଶ୍ରୀକାନ୍ତ ବେଉରା): କଟକ ସଦର ଉପକଣ୍ଠ ଅୟତପୁର ପଞ୍ଚାୟତ ନାଗେଶ୍ଵରନାଥ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠତ ହୋଇଯାଇଛି। ଏଥିରେ ହିନ୍ଦୁଧର୍ମର ପ୍ରଚାର, ଧର୍ମାନୁଷ୍ଠାନ ମାନଙ୍କର ସୂରକ୍ଷା, ହିନ୍ଦୁ ଏକତା, ଗୋସେବା, ଗୋସୁରକ୍ଷା, ମାତୃଭୂମି ପ୍ରତି କର୍ତ୍ତବ୍ୟ ଏବଂ ସମାଜସେବା ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ବୈଠକରେ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ଯ ସଂଗଠକ ସମାଜ ସଂସ୍କାରକ ତନ୍ମୟ ଦାଶ ସଭାପତିତ୍ବ କରିଥିବାବେଳେ କାର୍ଯ୍ୟକର୍ତ୍ତା ମାନଙ୍କୁ ଦାଇତ୍ୱ ବଣ୍ଟନ କରାଯାଇଥିଲା। ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ସଞ୍ଜୟ ସାହୁ, ଉପସଭାପତି ଅଶୋକ ପଟ୍ଟନାୟକ, ଉପସଭାପତି ସୁକାନ୍ତ ପ୍ରଧାନ, ସମ୍ପାଦକ ସନ୍ତୋଷ ଭୋଇ, ଶରତ କୁମାର ରାହୁଳ, କାଳନ୍ଦୀ ସେଠୀ, ଅନାମ ଭୋଇ, ଯୁବବାହିନି ସଂଯୋଜକ ବିଶ୍ବରଂଜନ ସେଠୀ, ସୁଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.