କେସିଙ୍ଗା ଏନଏସି ୩ ନଂ ଓ୍ବାର୍ଡର ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

କେସିଙ୍ଗା: କେନ୍ଦ୍ରାପଡ଼ା ବିଧାୟକ ଦେବାଶିଷ ମଲ୍ଲିକ ଆଜି କେସିଙ୍ଗା ଏନଏସିର ୩ ନଂ ଓ୍ବାର୍ଡର ୧୪୧ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପ୍ରଦାନ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣାରେ ଏବଂ ଅନ୍ୟାନ୍ୟ ମନ୍ତ୍ରୀମାନେ ଜିଲ୍ଲାର ଅନ୍ୟ ୧୨ ଗୋଟି ବ୍ଲକରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏହାସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ଏନଏସିରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରାଯାଉଛି।

Omkar Vasthu
Omkar Vasthu


ସେହି କ୍ରମରେ ଆଜି କେସିଙ୍ଗା ଏନଏସି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶ୍ରୀ ମଲ୍ଲିକ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତା ତଥା ସମାଜସେବୀ ସଚିନ ଜୈନ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଧାୟକ ଦେବାଶିଷ ମଲ୍ଲିକ ଉପସ୍ଥିତ ଜନ ସମୁଦାୟକୁ ସମ୍ବୋଧିତ କରି ଏହି ସ୍ମାର୍ଟ କାର୍ଡର ବ୍ୟବହାର ଏବଂ ଲାଭ ବିଷୟରେ ବିଷଦ ଭାବେ ବୁଝାଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.