ସୁନାମାଳୀ ଓ ଜାହାଙ୍ଗୀରଙ୍କୁ ମହାବୀର, ବିଜନ ଓ ସୁଧୀରଙ୍କୁ ଯୁବ ପ୍ରତିଭା ସମ୍ମାନ

● ୫୭ତମ ମହାବୀର ମହୋତ୍ସବ ଉଦ୍‌ଯାପିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନର ୫୭ତମ ଜନ୍ମବାର୍ଷିକୀ ସାରସ୍ୱତ ସମାରୋହ ‘ମହାବୀର ମହୋତ୍ସବ’ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବକୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଔପନ୍ୟାସିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରାବନ୍ଧିକ ତଥା କବି ଡ. ଗୋପୀନାଥ ବାଗ ଯୋଗ ଦେଇଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶାନ୍ତନୁ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ସତ୍ୟନାରାୟଣ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୨୦୨୦ ଓ ୨୦୨୧ ମସିହା ପାଇଁ ଯଥାକ୍ରମେ ଚିତ୍ରଶିଳ୍ପୀ ବିଜନ୍ ରେଡ୍ଡୀ ଓ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, କବି କେଦାର ମିଶ୍ର ଓ ଗାଳ୍ପିକ ସଂଜୟ ବାଗଙ୍କୁ ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ, କଳାକାର ନଳିନୀ ନିହାର ନାୟକ ଓ ଅତୀସ କୁମାର ଶତପଥୀଙ୍କୁ ରାଜ୍ୟସ୍ତରୀୟ ନାଟ୍ୟରଶ୍ମି ପ୍ରଫୁଲ୍ଲ କୁମାର ରଥ ନାଟ୍ୟ ସମ୍ମାନ, ଡା. ସୁନାମାଳୀ ବାଗ ଓ ଡ. ଜାହାଙ୍ଗୀର ଖାଁଙ୍କୁ ମହାବୀର ସମ୍ମାନ, ଚାରୁଶୀଳା ବାବୁ ଓ ଶୋଭାମୟୀ ସିଂହଦେଓଙ୍କୁ ସୁଗୃହିଣୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ସଂଜୀବ କୁମାର ସିଂହ ମଂଚ ପରିଚାଳନା କରିଥିବାବେଳେ ନୀଳକଣ୍ଠ ବେହେରା, ପ୍ରଦୀପ ଧଙ୍ଗଡ଼ାମାଝୀ, ଊମାଚରଣ ପ୍ରଧାନ, ସୁନୀତି ମୁଣ୍ଡ, ଲିପ୍‌ସାମୟୀ ଦୁବେ, ସୋହନଲାଲ ଅଗ୍ରୱାଲ, ସୁଶୀଳ ଗହୀର, ଦ୍ୱାରିକାନାଥ ନାୟକ, ଲଳିତ ପଣ୍ଡା, ପ୍ରତାପ ଦାଶ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.