ବିଭିନ୍ନ ଦାବୀ ନେଇ ଜିଓଟେଗ୍ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ରୁରାଲ ଜିଓଟେଗ୍ ୟୁଥ୍ କର୍ମଚାରୀ ସଂଘ ତରଫରୁ ଆଜି ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ସଂଘର ଦାବୀ ମୁତାବକ ସମସ୍ତ ସରକାରୀ ଯୋଜନାକୁ ସଫଳ ଭାବରେ ରୂପଦେବାରେ ଜିଓଟେଗ୍ କର୍ମଚାରୀଙ୍କର ସ୍ୱତନ୍ତ୍ର ଭୂମିକା ରହିଛି। ଏହାବାଦ ମଧ୍ୟ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଏହିମାନେ ନିୟୋଜିତ ହୋଇଥାନ୍ତି। ତେଣୁ ମାସିିକ ମାନଦେୟ ସହିତ କାର୍ଯ୍ୟଚିଠା ପ୍ରଦାନ, ପଂଚାୟତ ସ୍ତରରେ ସ୍ୱତନ୍ତ୍ର ପୋଷ୍ଟ(ଡ଼ାଟା ଏଣ୍ଟ୍ରି) ପ୍ରଦାନ, ମାସିକ ଯାତାୟତ ସହାୟତା, ଟ୍ୟାଗ ଅଫିସର ଇନସେଣ୍ଟିଭ ଦିଆଯାଉ ବୋଲି ଦାବୀ କରାଯାଇଛି। ଆଜି ସଂଘର କାର୍ଯ୍ୟକର୍ତ୍ତାମାନେ ଦାବୀପତ୍ରଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ଆଲୋକ କୁମାର ଦେହେରା, କୁଶଦକ୍ଷ ରଣା, ବିଜୟ କୁମାର ପଣ୍ଡା, ଲକ୍ଷ୍ମୀଲତା ସାହୁ, ପୁୁରୁଷୋତ୍ତମ ଛତ୍ରିଆ, ଖଗେଶ୍ୱର ସାହୁ, ରଂଜିତ କୁମାର, ନରୋତ୍ତମ ପଧାନ, ମୋହିତ ଚନ୍ଦ୍ର ସାହୁ, ବିପିନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.