ବଜରଙ୍ଗି ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ପ୍ରଧାନୀପଡା ଗ୍ରାମରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜୟ ବଜରଙ୍ଗି ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଏହି ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଜୁ ଛାତ୍ର ଜନତାଦଳ ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜୟ ନାଏକ, ଚନ୍ଦ୍ର ମାଝୀ, ଜଗତ ନାଏକ, ଶିବରାମ ନାଏକ,ଗବରସେଟ ନାଏକ, ପଦୁଲଚନ ହରିଜନ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମଞ୍ଚ ପରିଚାଳନା ବିପିନ ନାଏକ କରିଥିବା ବେଳେ ନୃତ୍ୟ ପ୍ରତିଯୋଗିତାରେ ମୋଟ ୩୨ ଦଳ ଭାଗ ନେଇଥିଲେ। ସେଥି ମଧ୍ୟରୁ ୩ଟି ଦଳ ମୋନନୀତ ହୋଥିଲେ। ଏହି ନୃତ୍ୟ ପ୍ରତିଯୋଗିତାରେ ବେଣୁ ବାଗ, ମଣ୍ଟୁ ମାଝି, ଓ ଅଂଶୁମାନ ମାଝି ଚୟନ ଦାଇତ୍ଵରେ ରହିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିଲେ ମୂଷାନାଳ ଦଳ, ଦ୍ଵିତୀୟ ସ୍ଥାନରେ ବେନଗାଁ ଦଳ, ତୃତୀୟ ସ୍ଥାନରେ କଲ୍ୟାଣସିଂହପୁର ଦଳ ଏବଂ ଅନ୍ୟ ଏକ ଦଳକୁ ସାନ୍ତନା ମୂଳକ ପୁରସ୍କାର ଯାଇଥିଲା। ବଜରଙ୍ଗ ସଂସ୍କୃତି ଅନୁଷ୍ଠାନର ସଭାପତି ବିଷ୍ଣୁ ନାଏକଙ୍କ ସହ ଡମେ ମାଝୀ, ରାଜୁମାଝି,ଡମ୍ବରୁ ମାଝୀ, ବୁଟି ମାଝି ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.