ଭାରସାମ୍ୟ ହରାଇ ଓଲଟିଲା ପନିପରିବା ବୋଝେଇ ପିଅକପ୍ ଭ୍ୟାନ

ଲାଞ୍ଜିଗଡ଼: ଆଜି ସକାଳ ସାଢେ ୪ଟା ସମୟରେ ଭବାନୀପାଟଣାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ କିଡିଙ୍ଗର ବେହେରା ପୋଲ ନିକଟରେ ଏକ ପନିପରିବା ବୋଝେଇ ପିଅକପ୍ ଭ୍ୟାନ୍ (ଓଡି-୦୩- ଏସ୍ ୬୭୧୭) ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ପନିପରିବା ନେଇଯାଇ ଥିବା ଦେଖିବାକୁ ମିଳିଛି। ତେବେ ପିଅକପ୍ ଭ୍ୟାନର ଆଗ ଏବଂ ପଛ ଅଂଶ ଭାଙ୍ଗି ଚୁରମାର ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ସିକେରକୁପା ପୁଲିସ ଆସି ତଦନ୍ତ କରିଛି। ଭ୍ୟାନଟି ବଲାଙ୍ଗୀରରୁ ରାୟଗଡ଼ାକୁ ମାଳ ପରିବହନ ପାଇଁ ଯାଉଥିବା ଜଣାପଡିଛି। ଅନ୍ୟପକ୍ଷରେ ଓଭର ଲୋଡିଙ୍ଗ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଯାତ୍ରା କରୁଥିବା ଯୋଗୁଁ ଏହି ରାସ୍ତାରେ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ହେଉଛି। ତେଣୁ ପରିବହନ ବିଭାଗ ଏକ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.