ରାଜ୍ୟ ପରିବହନ ବିଭାଗ ତରଫରୁ ରକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଦୁର୍ଘଟଣାରୁ ପ୍ରାଣ ବଞ୍ଚେଇବା ପାଇଁ ରାଜ୍ୟ ସରକାର ଅନେକ ନିୟମ ପ୍ରଣୟନ କରିଛନ୍ତି, ତଥାପି ସଡ଼କ ଦୁର୍ଘଟଣାରେ ପ୍ରାଣ ହରେଇବାରେ ଓଡିଶା ହେଉଛି ଦେଶରେ ୫ ନମ୍ବର ଥିବା ବେଳେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହାନି ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ର ଠାରେ ପରିବହନ ବିଭାଗ ଓ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ମିଳିତ ସହଯୋଗରେ ରକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦଲ ଏମ ଅଖଟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଡ଼କ ନିରାପତ୍ତା ଓଡିଶାର ଯୁଗ୍ମ ପରିବହନ କମିଶନର ବିଜୟ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାସ ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆକସ୍ମିକ ଦୁର୍ଘଟଣା କିମ୍ବା ଜାତୀୟ ରାଜପଥରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଲେ କିପରି କିପରି ଦୁର୍ଘଟଣା ଗ୍ରସ୍ତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ରାସ୍ତା କଡ ଢ଼ାବା ଓ ଦୋକାନୀ ମାନେ ଦୁର୍ଘଟଣା ଗ୍ରସ୍ତଙ୍କୁ କିପରି ସାହାଯ୍ୟ ସହଯୋଗ ପ୍ରଦାନ ଦିଗରେ ଆଗେଇ ଆସିବେ ତାକୁ ନେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରଦାନ ଉପରେ ଆଲୋଚନା ହୋଇଥିଲା। ଦୁର୍ଘଟଣା ଗ୍ରସ୍ତ ସମୟରେ ସହଯୋଗର ହାତ ବଢ଼ାଉଥିବା ବ୍ୟକ୍ତି ବିଶେଷାଙ୍କ ମନୋବଳ ବଢାଇବା ତଥା ରକ୍ଷକର ଉଦେଶ୍ୟକୁ ଚରିତାର୍ଥ କରିବା ପାଇଁ ପାରିତୋଷିକ ଭାବେ ପରିବହନ ବିଭାଗ ତରଫରୁ ୨୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ପ୍ରକାଶ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ୩୦ ଜିଲ୍ଲାରୁ ପ୍ରଥମେ ୩୦୦ ପ୍ରଶିକ୍ଷକଙ୍କୁ ତାଲିମ ପ୍ରଦାନ ସହ ପରେ ୩୦ ହଜାର ସ୍ବେଛାସେବୀଙ୍କୁ ତାଲିମ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଶେଷରେ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଯଜ୍ଞଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.