ନୂଆପଡା: ପଞ୍ଚାୟତ ସମିତି ଡିଗ୍ରୀ କଲେଜ କୋମନା ଠାରେ ଆଜାଦୀ କା ଅମୃତ ମହୋତ୍ସବର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଅତିଥି ଭାବେ ଅଧ୍ୟାପକ ଫକୀର ପାଢ଼ୀ, ଲଳିନୀ ସା, ମହେନ୍ଦ୍ର କୁମାର ମେହେର, ଦେବେନ୍ଦ୍ର ସୁନାନୀ ଓ ପୁରାତନ ଛାତ୍ର କାର୍ତ୍ତିକ ଯାଦବ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ଦିବସ ଉପରେ ଆଲୋକପାତ କରିଥିଲେ। କୋମନା ଡିଗ୍ରୀ କଲେଜ ଛାତ୍ର ଡିଙ୍କୁ ସାହୁ, ଆଲୋକ ସାହୁ, ତୋଫାନ ପୁଞ୍ଜି, ଗୌରାଙ୍ଗ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in