ବିଶ୍ୱସ୍ତରରେ ପରିଚୟ ସୃଷ୍ଟି କରିବ ରାୟଗଡା ଜିଲ୍ଳାର ଲାଂଜିଆ ସୈାରା ଲୋକନୃତ୍ୟ

ବିଶ୍ୱସ୍ତରରେ ପରିଚୟ ସୃଷ୍ଟି କରିବ ରାୟଗଡା ଜିଲ୍ଳାର ଲାଂଜିଆ ସୈାରା ଲୋକନୃତ୍ୟ

● ଲୋକକଳା, ନୃତ୍ୟ, ନାଟ୍ୟ ଓ ଗୀତକୁ ଉଦଜୀବିତ ରଖିବାରେ କଳାକାରଙ୍କ ଭୂମିକା ପ୍ରଶଂସନୀୟ -ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାର ଅଶୋକ କଲ୍ୟାଣ ମଣ୍ଡପ ଠାରେ ଦୁଇ ଦିନ ଧରି ରାଜ୍ୟସ୍ତରୀୟ ଲୋକନାଟ୍ୟ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଦ୍ୱିତୀୟ ଦିନର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ। ଆଜି ସଂଧ୍ୟାରେ ଗଂଜାମ ଜିଲ୍ଳାର ବୁଡାଆମ୍ବ, ଗେଡିଆପଲ୍ଳୀ ଶ୍ରୀ ଜଗନ୍ନାଥ ନାଟ୍ୟ ସଂଘର ରଙ୍କନିଧିି ବେହେରା ଓ ସାଥୀ କଳାକାରଙ୍କ ଦ୍ୱାରା ଭାରତ ଲୀଲା ଏବଂ କୋରାପୁଟ ଜିଲ୍ଳା ଅଂଚଳା, ବାମୁଣୀ ମା ହୁଣ୍ଡିମାତା ନାଟ୍ୟ ସଂଘର ବାଲାଜୀ ସାମନ୍ତରା ଓ ସାଥୀଙ୍କ ଦ୍ୱାରା ଦେଶୀୟା ନାଟ ପରିବେଷଣ କରାଯାଇଥିଲା । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଆନୁକୂଲ୍ୟରେ ଓଡିଶା ସଂଗୀତ ଏକାଡେମୀ, ଭୁବନେଶ୍ୱର ଓ ଜିଲ୍ଳା ସଂସ୍କୃତି ପରିଷଦ, ରାୟଗଡା ମିଳିତ ସହଯୋଗରେ ଅନୁଷ୍ଠିତ ଗତକାଲି ଉଦଘାଟନୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାୟଗଡା ଠାରେ ରାଜ୍ୟସ୍ତରୀୟ ଲୋକନାଟ୍ୟ ଉତ୍ସବ ଆୟୋଜନ ହୋଇଥିବାରୁ ଆୟୋଜକ ମଣ୍ଡଳୀକୁ ଧନ୍ୟବାଦ ଅର୍ପଣ କରିବା ସହ ଏପରି ଉତ୍ସବ ଦ୍ୱାରା ଜିଲ୍ଳାରେ ଥିବା କଳାକାରମାନେ ଉତ୍ସାହିତ ହୋଇ ପାରିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ମଂଚ ମାଧ୍ୟମରେ ଅଧିକ ପ୍ରଚାର ପ୍ରସାର କରିବାର ସୁଯୋଗ ମିଳିବା ଦ୍ୱାରା ଜିଲ୍ଳାର ଲୋକକଳା, ଲୋକନୃତ୍ୟ, ଲୋକନାଟ୍ୟ ଆଦିକୁ ଉଦଜୀବିତ ରଖିବାରେ ଏଠାକାର ପ୍ରତିଭାମାନ କଳାକାରମାନେ ଆଗାମୀ ଭବିଷ୍ୟତ ପୀଢୀକୁ ଏପରି ରାଜ୍ୟସ୍ତରୀୟ ନାଟକ ମଂଚରେ ସୁଯୋଗ ଦେବାରେ ସଫଳ ହୋଇପାରିବେ ବୋଲି କହିଥିଲେ ।

Omkar Vasthu
Omkar Vasthu


ସେହିପରି ବିଶିଷ୍ଠ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଓଡିଶା ସଂଗୀତ ନାଟକ ଏକାଡେମୀ ଉପସଭାପତି ମନ୍ମଥ କୁମାର ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଉପସ୍ଥିତ ରହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ରାୟଗଡା ଜିଲ୍ଳାର ଗୁଣପୁର ବ୍ଳକ ଅନ୍ତର୍ଗତ ପୁଟାସିଂର ଲାଂଜିଆ ସୈାରା ଲୋକ ନୃତ୍ୟକୁ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆପାଣାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଆଗାମୀ ଦିନରେ ଉକ୍ତ ଲୋକନୃତ୍ୟକୁ ବିଶ୍ୱସ୍ତରରେ ପରିଚୟ ସୃଷ୍ଟି କରାଯିବ ବୋଲି ବିଶିଷ୍ଠ ଅତିଥି ତଥା ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ଶ୍ରୀ ଶତପଥି ପ୍ରକାଶ କରିଥିଲେ । ଉଦଘାଟନୀ ଉତ୍ସବର ପ୍ରଥମ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଳାର ଦିଗପହଣ୍ଡି, ଶୁଣ୍ଡିପଲ୍ଳୀର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ନାଟ୍ୟ ସଂସଦର ସନ୍ତୋଷ ରଣା ଓ ସାଥୀଙ୍କ ଦ୍ୱାରା ପ୍ରସିଦ୍ଧ ପ୍ରହ୍ଳାଦ ନାଟକ ଓ କୋରାପୁଟ ଜିଲ୍ଳା ରାଣୀଗଡ, ବାଲିପୂଜାରୀପୁଟର ମା ପାଟଦେବତା ନାଟ୍ୟସଂଘର ହିରଣ୍ୟ ନାୟକ ଓ ସାଥୀ କଳାକାରଙ୍କ ଦ୍ୱାରା ଦେଶୀୟା ନାଟକ ପରିବେଷଣ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବ କାର୍ଯ୍ୟକ୍ରମକୁ ଓଡିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ତଥା ନାଟ୍ୟକାର ଡଃ. ନରେନ୍ଦ୍ର କୁମାର ମିଶ୍ର ପରିଚାଳନା କରିଥିବା ବେଳେ କୋଭିଡ-୧୯ ନିୟମକୁ ଅନୁସରଣ କରି ନିମନ୍ତ୍ରୀତ ଅତିଥି ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ସୁଶାନ୍ତ ନାୟକ, ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ବ୍ରଜସୁନ୍ଦର ନାୟକଙ୍କ ସମେ ଅନ୍ୟମାନେ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.