ଜମି ଓ ଜଙ୍ଗଲ ଅଧିକାର ଦାବିରେ AIKMS ପକ୍ଷରୁ ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ଲାଞ୍ଜିଗଡ଼: ଅଖିଳ ଭାରତ କିସାନ ମଜଦୂର ସଭା ପକ୍ଷରୁ ସାଧାରଣ ଜନତାଙ୍କ ବିଭିନ୍ନ ମୈାଳିକ ସମସ୍ୟାର ସମାଧାନ ଦାବି ନେଇ ଲାଞ୍ଜିଗଡ଼ ଠାରୁ ପଦଯାତ୍ରାରେ ବାହାରି ମୁଖ୍ୟାଳୟ ବିଶ୍ଵନାଥପୁରକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ତହସିଲ ମୁନିଦ୍ର ହୋନାଙ୍ଗାଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦାବି ଗୁଡ଼ିକ ମଧ୍ୟରେ ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଚାଷଜମି ଓ ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ ଜମିରେ ଚାଷବାସ କରି ଆସୁଥିବା ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ବ୍ଳକର ବିଭିନ୍ନ ଗାଁରେ ଶିକ୍ଷା ଓ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ଦାବି ରହିଛି।

Udyog Nursery
Udyogi Nursery

ଏହି ପଦଯାତ୍ରାରେ କିସାନ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଲାଞ୍ଜିଗଡ ବ୍ଳକ୍ କମିଟି ଆବାହକ ପୂର୍ଣ୍ଣ ମାଝି, ସହ ଆବାହକ ପୁରନ୍ଦର ଦଣ୍ଡସେନା, ନିରଞ୍ଜନ ଆଚାର୍ଯ୍ୟ, ଯୁବନେତା ପଦ୍ମନାଭ ଚୌଧୁରୀ, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ, ଆଦିବାସୀ ନେତା ବନମାଳୀ ମାଝୀ, ଅମ୍ବୁ ନାୟକ, ରାଜ୍ୟ କମିଟି ସଭ୍ୟ ସୁବାଷ କୁଲେସିକା, ଗଣେଶ ଜାକାସିକା, ରାଜେନ୍ଦ୍ର ନାୟକ ଏବଂ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ତେବେ ସଂଗଠନ ପକ୍ଷରୁ ଏକ ସାତ ଜଣିଆ ପ୍ରତିନିଧି ଦଳ ଲାଞ୍ଜିଗଡ଼ ତହସିଲଦାରଙ୍କୁ ୬ ଦଫା ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.