କାହ୍ନୁଚରଣ ଧଙ୍ଗଡାମାଝୀ ଓ ବେଣୁଧର ଧଙ୍ଗଡାମାଝୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଦେବଗିରି ଅଞ୍ଚଳର ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି କାହ୍ନୁଚରଣ ଧଙ୍ଗଡାମାଝୀ ଓ ବେଣୁଧର ଧଙ୍ଗଡାମାଝୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉତ୍କଳ ଯାଦବ ମହାସଭାର ପୂର୍ବତନ ଉପସଭାପତି ମହେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଆନ୍ତର୍ଜାତିୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ଯାଦବ ମହାସଭାର ପୂର୍ବତନ ନର୍ଲା ବ୍ଲକ ସଭାପତି ଟଙ୍କଧର ଭୋଇ ଓ ହୃଷିକେଶ ଭୋଇ, ବଲାଙ୍ଗୀର ଜିଲ୍ଲା ଯାଦବ ସମାଜରୁ ହରିବନ୍ଧୁ ଛତର, ମଦନମୋହନ ବାଗର୍ତ୍ତି, ଚିନ୍ତାମଣି ଚନ୍ଦନ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଯୁବ ନେତା ଦଳଜିତ ସିଂ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ନିରଞ୍ଜନ ଗଉଡ, ଅଭିରାମ ମହାନନ୍ଦ, ସମାଜସେବୀ ପର୍ଶୁରାମ ପଣ୍ଡା, ହରିଶଙ୍କର ମାଝୀ, ପ୍ରତାପ ବାଗ, ରଘୁବୀର ନାଗ, ପ୍ରଫୁଲ୍ଲ ନାୟକ, ମାର୍କଣ୍ଡ ଜାଲ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ କାହ୍ନୁଚରଣ ଧଙ୍ଗଡାମାଝୀ ଓ ବେଣୁଧର ଧଙ୍ଗଡାମାଝୀଙ୍କ ସ୍ମୃତି ଚାରଣ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, କାହ୍ନୁଚରଣ ଧଙ୍ଗଡାମାଝୀ ଓ ବେଣୁଧର ଧଙ୍ଗଡାମାଝୀ ଦୁଇ ଭାଇ । ଏମାନେ ୬୪ ଖଣ୍ଡ ଗାଁର ମୁରବୀ ସ୍ଥାନୀୟ ବ୍ୟକ୍ତି ଥିଲେ । ବଡ଼ଭାଇ କାହ୍ନୁଚରଣଙ୍କ ଦେହାନ୍ତର ୮ ଦିନ ପରେ ମଝିିଆ ଭାଇ ବେଣୁଧର ଙ୍କ ଦେହାବସାନ ହୋଇଥିଲା । ସ୍ୱର୍ଗତ କାହ୍ନୁଚରଣ ଧଙ୍ଗଡାମାଝୀ ୩୭ ବର୍ଷ ଧରି ଦେବଗିରି ମଠର ଟ୍ରଷ୍ଟି ଦାଇତ୍ୱ ତୁଳାଇଥିଲେ । ସେ ବିଜେଡିର ଜଣେ ବରିଷ୍ଠ ନେତା ଥିଲେ । ସେହିପରି ଭାବେ ବେଣୁଧର ଧଙ୍ଗଡାମାଝୀ ଦେବଗିରି ମଠ ଏଡଭାଇଜରି ବୋର୍ଡର ସଭାପତି ଓ ମଠ ପରିଚାଳନା ସମିତି ସଭାପତି ଭାବେ ଦୀର୍ଘ ବର୍ଷଧରି ଅବସ୍ଥାପିତ ହୋଇଥିଲେ । ସେ ଜଣେ ସଂସ୍କୃତିବିତ ଭାବେ ଖ୍ୟାତ ଥିଲେ । ଆଜିର ଶ୍ରଦ୍ଧାଞ୍ଜଳୀ ସଭାକୁ ସମାଜସେବୀ ପଦ୍ମଲୋଚନ ଜାଲ ପରିଚାଳନା କରିଥିବାବେଳେ ସ୍ବର୍ଗତ କାହ୍ନୁଚରଣ ଓ ବେଣୁଧରଙ୍କ ଦାୟାଦ ପ୍ରଦୀପ, ଅଶୋକ, ଧର୍ମେନ୍ଦ୍ର, ସୁନୀଲ, ସଞ୍ଜୟ, ବିଜୟ, ଅଭୟ, ଅଜୟ, ସୁଧୀର, ସୁଶିଲ, ଅନୀଲ, ସଲିଲ, ସୁମିତ, ମିତ ପୁଅ ଚନ୍ଦ୍ରକାନ୍ତ ମହାପାତ୍ର ଓ ମନୋଜ ମହାପାତ୍ର, ପରିବାରବର୍ଗ ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.