ସହୀଦ ସାମ୍ବାଦିକ ରୋହିତଙ୍କ ପରିବାର ବର୍ଗଙ୍କୁ ଭେଟିଲେ ନର୍ଲା ବିଧାୟକ ଭୂପିନ୍ଦ୍ର ସିଂ

● ଝିଅର ଡାକ୍ତରୀ ପଢ଼ିବାର ସ୍ବପ୍ନ ସାକାର କରିବାକୁ ଦେଲେ ପ୍ରତିଶ୍ରୁତି

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଦୁଲେନ ନିକଟରେ ଗତ ଶନିବାର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହାରିଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାର ବର୍ଗଙ୍କୁ ଆଜି ନର୍ଲା ବିଧାୟକ ଭୂପିନ୍ଦ୍ର ସିଂହ ଭେଟି ସମବେଦନା ଜଣେଇଥିଲେ । ପତ୍ନୀ ମାଧବୀ, ଝିଅ ଆଦ୍ୟାଶା, ପୁଅ ଆରୁଶ, ରୋହିତଙ୍କ ମା’ଙ୍କୁ ସେ ଭେଟି ଥିଲେ । ଝିଅର ଡାକ୍ତରୀ ପଢିବା ସ୍ବପ୍ନ ଥିବା ଜାଣି, ଆଗକୁ ପଢ଼ିବାର ସବୁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ସହ ଅନୁକମ୍ପା ରାଶି ୧୩ ଲକ୍ଷକୁ ବୃଦ୍ଧି କରିବାକୁ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । ଜଣେ ନିଷ୍ଠାପର ସାମ୍ବାଦିକଙ୍କୁ ଆମେ ହରେଇ ଗଭୀର ମର୍ମାହତ ବୋଲି ଦୁଃଖ ପ୍ରକାଶ କରିଥିଲେ । ଏହି ସାକ୍ଷାତ ସମୟରେ ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ, ମ.ରାମପୁର ବିଜେଡ଼ି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଶୁକଦେବ ସାହୁ, ସୂର୍ଯ୍ୟ ନାରାୟଣ ସାହୁ, ଦିବାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଥାଉ କି, ରୋହିତ ନିଜ ଝିଅ ଆଦ୍ୟାଶାଙ୍କୁ ଡାକ୍ତରୀ ପଢେଇବାର ସ୍ବପ୍ନ ଦେଖିବା ସହିତ ଝିଅ ମଧ୍ୟ ଏ ଦିଗରେ ବାପା ଙ୍କ ସ୍ୱପ୍ନ ସାକାର କରିବାକୁ ଚାହୁଁଛନ୍ତି । ଆଦ୍ୟାଶା ବର୍ତ୍ତମାନ ମଦନପୁର ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.