ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

● ମଦନପୁର ଚାମ୍ପିଅନ, ରାଶିଭଟା ରର୍ନ୍ସଅପ୍‌

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଡ଼ମ୍ବକର୍ଲାଖୁଣ୍ଟା ୟୁଥ୍ କ୍ଲବ ତରଫରୁ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ ହେଇଯାଇଛି । ଡ଼ମ୍ବ କର୍ଲାଖୁଣ୍ଟାଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମଦନପୁର ଓ ରାଶିଭଟା ମଧ୍ୟରେ ଅନୁଷ୍ଠିତ ହେଇଥିଲା । ମଦନପୁର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭୦ ରନ୍ ସଂଗ୍ରହ କରିଥିବାବେଳେ ରାଶିଭଟା ମାତ୍ର ୫୦ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଖେଳରେ ଆମ୍ପେଆର ଦାୟିତ୍ୱ ବଳଭଦ୍ର ଓ ବଳଦେବ ନିର୍ବାହ କରିଥିବାବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ କମଳ ଲୋଚନ ଧଙ୍ଗଡ଼ାମାଝୀ । ମୁଖ୍ୟ ଅତିଥିଭାବରେ ସମାଜସେବୀ ନୀଳ ମାଧବ ସିଂହଦେଓ ଯୋଗଦେଇ ଥିବାବେଳେ ୟୁଥ୍ କ୍ଲବର ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ଗୁଣନିଧି ଧରୁଆ, ଉପସଭାପତି ଜୟନ୍ତ ଛତ୍ର୍ରିଆ ନେତୃତ୍ୱ ନେଇଥିଲେ । ପଛୁ ପାତ୍ର, ଚିଙ୍କୁ ପାତ୍ର, ବଳଭଦ୍ର ମାଝୀ, ଗୋବର୍ଦ୍ଧନ ପୂଜାହାରୀ, ସଞ୍ଚୟ ଛତ୍ରିଆ, ନରେଶ ଭୋଇ, ଗୁରୁଦେବ ମାଝୀ, ସୁଲସିଂ ପାତ୍ର, ମନୋଜ ପାତ୍ର, ନରେନ୍ଦ୍ର ପାତ୍ର, ଦୀନେଶ ମାଝୀ, ବଳଦେବ ସାହୁ, ଗୁରୁଦେବ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.