ଓଡ଼ିଆ ବାର୍ତ୍ତା/କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗାଁର ଦେବରାଜ ପଟେଲଙ୍କ ସ୍ତ୍ରୀ ରଶ୍ମିତା ପଟେଲ ଗତ କିଛିଦିନ ତଳେ ନିଆଁ ପୋଉଁ ଥିବା ସମୟରେ ପୋଡି ଯାଇଥିଲେ । ସେ ସକାଳ ସମୟରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପୋଉଁଥିଲେ ତେବେ କୌଣସି ମତେ ନିଆଁ ତାଙ୍କର ଦେହରେ ଲାଗି ଯିବାରୁ ତାଙ୍କର ଦୁଇଟି ଗୋଡ ଜଳି ଯାଇଛି । ସେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ଜଣେ ସ୍ବେଛାସେବୀ ଖୁସି ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଭୁବନ ହରି ପ୍ରଧାନଙ୍କୁ ଫୋନ ଯୋଗେ ଜଣେଇଥିଲେ । ଉପଦେଷ୍ଟାଙ୍କ ନିର୍ଦ୍ଦେଶରେ ଟ୍ରଷ୍ଟର ସମ୍ପାଦକ ଯଶୋବନ୍ତ ରଣା, ବଳଭଦ୍ର ନାଏକ, ମହେନ୍ଦ୍ର ନାଏକ, ଭଗବାନ ଗୌଡ଼ ପ୍ରମୁଖ ସେହି ପରିବାରକୁ ଦେଖାକରି କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପରେ ଭବାନୀପାଟଣାର ସଞ୍ଜୀବ ସତପଥିଙ୍କୁ ଯଶୋବନ୍ତ ରଣା ଏହି ସମସ୍ୟା ବିଷୟରେ ଜଣେଇଥିଲେ । ଖବର ପାଇଲା ପରେ ଆସି ସେ ମଧ୍ୟ କିଛି ଆର୍ଥିକ ସହାୟତା କରିଥିଲେ । ସଂଗଠନର ଏହିପରି କାର୍ଯ୍ୟଧାରାକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରାଯାଇଛି ।