ମୋଟେର ସମିତି ସଭ୍ୟା ପ୍ରାର୍ଥୀନୀ ଲଳିତା ଦୁର୍ଗାଙ୍କ ଜୋରଦାର ପ୍ରଚାର

ଓଡ଼ିଆ ବାର୍ତ୍ତା/କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ଲଢେଇ ଜୋରଦାର ହୋଇଛି । ଏହି ଆସନରୁ ଲଢୁଥିବା ଲଳିତା ଦୂର୍ଗା ମତଦାତାଙ୍କ ଦ୍ବାରା ବେଶ୍ ଆଦୃତ ହେଉଥିବା ଦେଖାଯାଇଛି । ଶ୍ରୀମତୀ ଦୁର୍ଗା ଜନତାଙ୍କ ଘର ଘର ବୁଲି ଭୋଟର୍ସଙ୍କ ଆଶିଷ ସହ ଭୋଟ କରୁଛନ୍ତି । କୋଭିଡ ଗାଇଡ଼ ପାଳନ ସହ ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ସେ ପ୍ରଚାର ଜାରି ରଖିଛନ୍ତି । ହିତାଧିକାରୀଙ୍କ ମୌଳିକ ଆବଶ୍ୟକତା ପୂରଣ, ନାରୀଶିକ୍ଷା, ନାରୀ ଜାଗରଣ ସହ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ସେ ଲକ୍ଷ୍ୟ ରଖି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

Omkar Vasthu
Omkar Vasthu
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଜଣେ ସଚେତନ ନାରୀ ନେତ୍ରୀ ଭାବେ ତାଙ୍କର ସୁଖ୍ୟାତି ରହିଥିବାବେଳେ ସମାଜସେବା ଓ ଉତ୍ତମ ଜନସମ୍ପର୍କ ତାଙ୍କ ଲଢେଇରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରନ୍ତି । ସବୁ ଦୃଷ୍ଟିରୁ ବିଚାର କଲେ ଲଳିତାଙ୍କ ଲୋକପ୍ରିୟତା ବଢୁଥିବା ଅନୁମେୟ ହେଉଛି । ପ୍ରଚାର ସମୟରେ ଶ୍ରୀମତୀ ଦୁର୍ଗା କୁସୁମଖୁଣ୍ଟି ଗ୍ରାମର ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରିଛନ୍ତି । ଏହାସହ “ଚଷମା ” ଚିହ୍ନରେ ଭୋଟ ଦେଇ ତାଙ୍କୁ ମୋଟେର ସମିତି ସଭ୍ୟା ଭାବେ ବିଜୟୀ କରାଇବାକୁ ସମସ୍ତ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.