ଓଡ଼ିଆ ବାର୍ତ୍ତା/କୋକସରା (ହିରଣ୍ୟ ବେହେରା): ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିପରି ପାଇ ପାରିବେ ଓ ବିନା କୌଣସି ଦୁର୍ନୀତିରେ ବେଶୀ ଲାଭବାନ ହେବେ । ଏହାସହ ପଞ୍ଚାୟତର ସମସ୍ତ ଗ୍ରାମର ସୋନ୍ଦର୍ଯ୍ୟକରଣ ନୀତିକୁ ମୂଳ ମନ୍ତ୍ର ରଖି ନିର୍ବାଚନ ମୈଦାନକୁ ଓହ୍ଲେଇଛନ୍ତି ମୋଟେର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଟୀକାନ୍ତି ବାଗ ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ଶ୍ରୀମତୀ ବାଗ ଲୋକଙ୍କ ସୁଖ ଦୁଃଖରେ ଉପସ୍ଥିତ ରହି ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ପ୍ରତିଶ୍ରୁତି ବଦ୍ଧ ଥିବା ପ୍ରକାଶ କରିଛନ୍ତି । ଭୋଟର୍ସ ମାନେ ସରପଞ୍ଚ ପ୍ରାର୍ଥୀନୀ ଟୀକାନ୍ତି ବାଗଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କୁ ବିପୁଳ ସଂଖ୍ୟକ ଭୋଟରେ ବିଜୟୀ କରେଇବା ପାଇଁ କଥା ଦେଉଛନ୍ତି । ଆପଣ ମାନଙ୍କ ସେବା କରିବା ପାଇଁ ମୋତେ ସୁଯୋଗ ଦିଅନ୍ତୁ ଏବଂ “ମାଛ” ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ମୋଟେର ପଞ୍ଚିୟତବାସୀଙ୍କୁ ଅନୁରୋଧ କରିଛନ୍ତି ଟୀକାନ୍ତି ବାଗ ।