Breaking News: ରାଜନୈତିକ ହିଂସା, ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଓଡ଼ିଆ ବାର୍ତ୍ତା/କୋକସରା (ହିରଣ୍ୟ ବେହେରା): କୋକସରା  ବ୍ଲକ ମୂଷାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୋହିତ ହଂସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗହନାମୁଣ୍ଡା ଗାଁର ରୋହିତ ହଂସ ମୂଷାପାଲି ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଗତକାଲି ସନ୍ଧ୍ୟାରେରେ ତାଙ୍କୁ ତାଙ୍କର ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ରୋହିତ ହଂସ ମୂଷାପାଳି ଗ୍ରାମରୁ ପ୍ରଚାର ସାରି ନିଜ ବାଇକରେ ଗହନାମୁଣ୍ଡାକୁ ଫେରୁଥିବା ସମୟରେ ରାସ୍ତା ଅଧାବାଟରେ ୪/୫ ଜଣ ଅଟକାଇ ଛୁରିରେ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୋକସରା ହସ୍ପିଟାଲକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକାଟାପନ୍ନ ଥିବାରୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମଧ୍ୟ ତାଙ୍କୁ ସରପଞ୍ଚରୁ ଓହରି ଯିବାକୁ ଅନ୍ୟ ଜଣେ ପ୍ରାର୍ଥୀ ଲୋକ ଲଗାଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରୋହିତ । ତେବେ ଏହି ଆକ୍ରମଣ ପଛରେ ରୋହିତଙ୍କ ସହ ଲଢେଇ କରୁଥିବା ସରପଞ୍ଚ ପ୍ରାର୍ଥୀ ମାନଙ୍କ ହାତ ରହିଥିବା ପରିବାର ବର୍ଗ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.