ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜାତୀୟ ଗୁଣବତ୍ତା ସମ୍ପନ୍ନ ଡାକ୍ତରଖାନା କରିବା ପାଇଁ ପ୍ରସ୍ତୁତି

● ସନ୍ତୋଷ ବ୍ୟକ୍ତ କଲେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଟିମ୍

● ମାର୍ଚ୍ଚ ପ୍ରଥମ ସପ୍ତାହରେ ଆସିବେ କେନ୍ଦ୍ରୀୟ ଏନକ୍ୟୁଏଏସ ପର୍ଯ୍ୟବେକ୍ଷକ ଦଳ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ତଥା ରାଜ୍ୟ ସରକାରଙ୍କ ସହଯୋଗରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ସ୍ତର ଗୁଣବତ୍ତା ସମ୍ପନ୍ନ ଡାକ୍ତରଖାନା କରି ଗଢି ତୋଳିବା ପାଇଁ ୨୦୨୦ ରୁ ପ୍ରସ୍ତୁତି ପ୍ରକ୍ରୀୟା ଚାଲିଛି । ଇତି ମଧ୍ୟରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଟିମ ଆସି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୮ ଗୋଟି ବିଭାଗକୁ ସମୀକ୍ଷା କରିଥିଲେ । ରାଜ୍ୟସ୍ତରୀୟ ଏନକ୍ୟୁଏଏସ ଦଳରେ ଏନକ୍ୟୁଏଏସ ସମୀକ୍ଷକ ଡ଼ା. ବିଜୟ ମହାପାତ୍ର, ଡ଼ା. ମନୋରଞ୍ଜନ ମିଶ୍ର, ଗୁଣବତ୍ତା ସମୀକ୍ଷୀକା ରୀତା ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ରଞ୍ଜନ ମିଶ୍ର, ଡିପିଏମ ଅବନୀ ମହାପାତ୍ର ଆସି ନର୍ଲା ଡାକ୍ତରଖାନାର କାଗଜପତ୍ର, ସମସ୍ତ ପାରିପାର୍ଶ୍ବିକ ସ୍ଥିତି, ସମସ୍ତ ବିଭାଗ ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଧ୍ୟାନ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ରାଜ୍ୟରେ ଅନେକ ଡାକ୍ତରଖାନା ଗୁଡିକ ମଧ୍ୟରେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ୧୦ ବର୍ଷ ଆଗରୁ ସେତେଟା ଉନ୍ନତ ମାନର ନଥିଲା । ହେଲେ ଗତ ତିନି ବର୍ଷ ମଧ୍ୟରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜରିଆରେ ତିନି ବର୍ଷ ମଧ୍ୟରେ ଦୁଇ ଦୁଇ ଥର କାୟାକଳ୍ପ ଟିମ୍ ର ସର୍ବେକ୍ଷଣରେ ଜିଲ୍ଲାରେ ପ୍ରଥମ ସ୍ଥାନ ଗ୍ରହଣ କରି ସାରିଛି । ନର୍ଲା ଡାକ୍ତରଖାନା ସ୍ୱାସ୍ଥ୍ୟ ସେବା, ପରିଚ୍ଛନ୍ନତା ଓ ପାରିପାଶ୍ୱିର୍କ ଉନ୍ନତି କରଣ ଦିଗରେ ବେଶ ଆଗୁଆ ରହିଥିବା ଜିଲ୍ଲା ସ୍ତରରେ ଏକ ଅଗ୍ରଣୀ ଡାକ୍ତରଖାନାର ମାନ୍ୟତା ପାଇ ସାରିଛି । ଗତ ୨୦୨୦ କୋଭିଡ ପରଠୁଁ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଏକ ଉନ୍ନତ ମାନର ଡାକ୍ତରଖାନା କରି ଗଢି ତୋଳିବା ପାଇଁ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସନତ କୁମାର ଶତପଥିଙ୍କ ନେତୃତ୍ୱରେ ଗତ ଅପ୍ରେଲ ମାସରୁ ଜାତୀୟ ସ୍ତରର ଗୁଣବତ୍ତା ସମ୍ପନ୍ନ ଡାକ୍ତରଖାନା ଭବାରେ ପରିଣତ କରିବା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରମୁଖ ଷ୍ଟାଫ୍ ବିପିଏମ୍ ସବୀର ପଧାନ, ପିଏଚ୍ଇଓ ବିମଳ ଚନ୍ଦ୍ର ଦୀପଙ୍କ ସମେତ ଡାକ୍ତରଖାନାର ଡାକ୍ତର ବୃନ୍ଦ ଓ ସମସ୍ତ କର୍ମଚାରୀ ଦିନରାତି ଲାଗି ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତିରେ ଲାଗି ପଡିଥିବା ଦେଖିବାକୁ ମିଳିଛି । ଏନକ୍ୟୁଏଏସ ମାନ୍ୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଲେ ନର୍ଲା ଡାକ୍ତରଖାନାର ଔଷଧ ଭଣ୍ଡାରର ଉନ୍ନତି, ଇମ୍ଫାଷ୍ଟ୍ରକ୍ଚର ଉନ୍ନୟନ, ଡାକ୍ତର ଓ ଷ୍ଟାଫ୍ ସଂଖ୍ୟା ବୃଦ୍ଧି, ଶଯ୍ୟା ସଂଖ୍ୟା ବୃଦ୍ଧି ଓ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଗଚ୍ଛିତ ରଖି ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହୋଇ ପାରିବ । ଏଠାରେ ପ୍ରକାଶ ଯୋଗ୍ୟ ଯେ ରାଜ୍ୟର ଭୁବନେଶ୍ୱର ୟୁନିଟ- ୩, ଘଟଗାଁ, ଭବାନୀପାଟଣା ସହରାଞ୍ଚଳ ଡାକ୍ତରଖାନା ଏଭଳି ହାତଗଣତି ୩/୪ ଗୋଟି ଡାକ୍ତରଖାନା ଏନକ୍ୟୁଏଏସ ମାନ୍ୟତା ପାଇସାରିଥିବା ବେଳେ ଏବେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏନକ୍ୟୁଏଏସ ମାନ୍ୟତା ପାଇବା ପାଇଁ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଏଥିପାଇଁ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ଶତପଥିଙ୍କଓ ବିପିଏମ ସବୀର ପଧାନଙ୍କ ନେତୃତ୍ୱରେ ଡ଼ା. କୁନାଳ ସାହୁ, ଡ଼ା. ରଜତ କର, ଆୟୁଷ ଡାକ୍ତର ପୁଷ୍ପା ଚନ୍ଦ୍ରାକର ଓ ନର୍ଲା ମେଡିକାଲ ର ସମସ୍ତ ଷ୍ଟାଫ ଦିନରାତି ଲାଗି ପଡିଛନ୍ତି ଡକ୍ୟୁମେଣ୍ଟ ପ୍ରସ୍ତୁତିରେ । ‘ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା କାହିଁକି ରାଜ୍ୟ ସ୍ତରରେ ମଧ୍ୟ ଏକ ଜାତୀୟ ଗୁଣବତ୍ତା ସମ୍ପନ୍ନ ଡାକ୍ତରଖାନା କରି ଗଢିତୋଳିବା ଓ ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ମୋର ଏକ ମାତ୍ର ଲକ୍ଷ୍ୟ । ଏବଂ ମୋ ଡାକ୍ତରଖାନାର ସମସ୍ତ ଷ୍ଟାଫ୍ ଏଥିପାଇଁ ଯେଉଁଭଳି ପରିଶ୍ରମ କରୁଛନ୍ତି ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଆମେ ଲକ୍ଷ୍ୟ ସାଧନରେ ସଫଳ ହେବୁ ଏଥିରେ ତିଳେହେଳେ ସନ୍ଦେହ ନାହିଁ’ ବୋଲି ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ଶତପଥି ମତବ୍ୟକ୍ତ କରିଥିବା ବେଳେ ‘ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଟିମ ଆସି ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ଏନକ୍ୟୁଏଏସ ପର୍ଯ୍ୟବେକ୍ଷକ ଦଳ ଆସିବେ । ଆମ ଡାକ୍ତରଖାନା ପର୍ଯ୍ୟବେକ୍ଷଣ କରି ୭୦ ରୁ ଉର୍ଦ୍ଧ୍ବ ଅଙ୍କ ପ୍ରଦାନକରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମର ଆଶା ଆମ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ପର୍ଯ୍ୟବେକ୍ଷକ ଦଳ ଏନକ୍ୟୁଏଏସ ମାନ୍ୟତା ପ୍ରଦାନ କରିବେ’ ବୋଲି ବିପିଏମ ସବୀର ପଧାନ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.