ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ଗାଁରେ ରୁହନ୍ତି ଜଣେ ଦିବ୍ୟାଙ୍ଗ ଅସହାୟ ମହିଳା ଚନାଖାଇ ନାଏକ । କିଛି ବର୍ଷ ତଳେ ସେ ପକ୍ଷଘାତ ରୋଗରେ ପୀଡିତ ହୋଇଥିଲେ । ସେହିଦିନ ଠାରୁ ସେ ଠିକ ଭାବରେ ଚାଲି ପାରୁନାହାନ୍ତି । ସେ ବାହାରକୁ ଯିବା ଆସିବାପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟା ବିଷୟରେ ସ୍ଥାନୀୟ ସାମ୍ବାଦିକ ରାମକୁମାର ସେନାପତି ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ସମସ୍ୟା ବିଷୟରେ ଜାଣିଲା ପରେ ଏହି ସମସ୍ୟାକୁ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗକୁ ଜଣେଇ ଚନାଖାଇ ନାଏକଙ୍କୁ ଗୋଟିଏ ହୁଇଲଚେୟାର ପ୍ରଦାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ଡ଼ିଏସଏସଓ ଙ୍କ ନିର୍ଦ୍ଦେଶରେ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ଚନାଖାଇଙ୍କୁ ଏକ ହୁଇଲଚେୟାର ପ୍ରଦାନ କରିଛନ୍ତି । ହୁଇଲଚେୟାର ପାଇଲା ପରେ ଚନାଖାଇ ବହୁତ ଖୁସି ଥିବା କହିଛନ୍ତି ଓ ସମାଜସେବୀ ଯଶୋବନ୍ତ ରଣା ରାମକୁମାର ସେନାପତିଙ୍କୁ ଧନ୍ୟବାଦ ଜଣେଇଛନ୍ତି ।