ଲୋକପ୍ରିୟତାର ଶିର୍ଷରେ ସରିଆଁ ସରପଞ୍ଚ ପ୍ରାର୍ଥୀ ଓମପ୍ରକାଶ ଛତ୍ରିଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ନର୍ଲା ବ୍ଲକ ସରିଆଁ ଗ୍ରାମ ପଞ୍ଚାୟତରରେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢେଇ କରୁଥିବା ଯୁବ ନେତୃତ୍ବ ଓମପ୍ରକାଶ ଛତ୍ରିଆ ମାରାଥନ୍ ପ୍ରଚାରରେ ବାହାରିଛନ୍ତି । ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି କରିବା ତାଙ୍କର ଲକ୍ଷ୍ୟ ରହିଛି । ଏମଏସଡବ୍ଲୁ ରେ ମାଷ୍ଟର ଡିଗ୍ରୀ ପାଇଥିବା ତଥା ସ୍ବଚ୍ଛ ହୃଦୟର ଓମପ୍ରକାଶଙ୍କୁ ନେଇ ପଞ୍ଚାୟତବାସୀଙ୍କ ଅନେକ ଆଶା ଆକାଂକ୍ଷା ରହିଛି । ତେଣୁ ବର୍ତମାନର ସମୟରେ ସେ ଲୋକପ୍ରିୟତାର ଶିର୍ଷରେ ରହିଥିବା ଜଣାପଡିଛି । ଇତି ମଧ୍ୟରେ ଓମପ୍ରକାଶ ସରିଆଁ ଗ୍ରାମପଞ୍ଚାୟତର ଅର୍ଜୁନ ଗାଁ, ଚିଆଁପଦର, ଟୋଲବ୍ରାହ୍ମଣୀ, ସରିଆଁ ଓ ଦେଣ୍ଡୋଗୁଡାର ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି । ଜନ ସାଧାରଣ ମଧ୍ୟ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି । ଲୋକଙ୍କ ଉତ୍ସାହରୁ ତାଙ୍କ ପ୍ରତି ଜନସମର୍ଥନ ବାରି ହୋଇ ପଡୁଛି । ଅନ୍ୟପକ୍ଷରେ ମତଦାନ ପାଇଁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଉତ୍ତମ ପ୍ରାର୍ଥୀ ଚୟନ କରିବାକୁ ଭୋଟର୍ସମାନେ ସ୍ଥିର କରି ସାରିଥିବା ପ୍ରକାଶ କରିଛନ୍ତି । ଜନ ସାଧାରଣଙ୍କ ଉପରେ ଆସ୍ଥା ପ୍ରକଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଶ୍ରୀଯୁକ୍ତ ଛତ୍ରିଆ ତାଙ୍କୁ ‘ଖୋଳା ବହି’ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ସରିଆଁ ପଞ୍ଚାୟତବାସୀଙ୍କୁ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.