ଚତୁର୍ଥ ପର୍ଯ୍ୟାୟରେ ମତଦାନ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଆଦିବାସୀ ନେତା ନାଚିକା ଲିଙ୍ଗା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । କୋରାପୁଟ ଜିଲ୍ଲାରେ ଆଜି ଅନୁଷ୍ଠିତ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଜିଲ୍ଲାର କୋଟପାଡ଼, ଦଶମନ୍ତପୁର ଓ ନାରାୟଣପାଟଣା ବ୍ଲକର ୪୨ ପଞ୍ଚାୟତ ପାଇଁ ଆଜି ମତଦାନ ହୋଇଛି । କୋଟପାଡ଼ ବ୍ଲକ ଢାମଣାହାଣ୍ଡିରେ ମନ୍ତ୍ରୀ ପଦ୍ମିନୀ ଦିଆନ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ନାରାୟଣପାଟଣା ବ୍ଲକର ପୋଡ଼ାପଦର ଗ୍ରାମରେ ପ୍ରମୁଖ ଆଦିବାସୀ ନେତା ନାଚିକା ଲିଙ୍ଗା ମଧ୍ୟ ନିଜ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.