ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ କୋଟିଆରୁ ବିପୁଳ ଭୋଟରେ ହେଲେ ବିଜୟୀ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋଟିଆ ପଞ୍ଚାୟତ ନିର୍ବାଚନର ଗଣତି ହୋଇଛି । ଏଠାରେ ଆଶ୍ଚର୍ଯ୍ୟଜନକ ଭାବେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି ସ୍ୱାଧିନ ପ୍ରାର୍ଥୀ ଟିକାଇ ଗେମେଲ । ସର୍ବଦଳୀୟ ପ୍ରାର୍ଥୀଙ୍କ ଠାରୁ ଟିକାଇ ଗେମେଲ ୩ହଜାର ୭୧୦ ଭୋଟରେ ବିଜୟୀ ହୋଇଛନ୍ତି । ଜନତା ଆଶିର୍ବାଦ ଦେଇଛନ୍ତି, ଆଗକୁ କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି, ଟିକାଇ ଗେମେଲ ।କୋଟିଆରେ ଫେଲ ମାରିଛି ସର୍ବଦଳିୟ ବାର୍ତ୍ତା । ବୋଧ ହୁଏ କୋଟିଆବାସୀଙ୍କୁ ଏହା ପ୍ରଭାବିତ କରିପାରିନି । ବିଭିନ୍ନ ଦଳ ଏକାଠି ହୋଇ ରାଲି, ବୈଠକ ଉପରେ ବୈଠକ କରିଥିଲେ ବି ଫେଲ ମାରିଛି ସବୁ ରଣନୀତି । ସର୍ବଦଳୀୟ ପ୍ରାର୍ଥୀଙ୍କୁ ଛାଡି ସ୍ୱାଧୀନ ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି କୋଟିଆବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.